ଖୁବ ଶୀଘ୍ର ୮୦୦୦ ରୁ ଅଧିକ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ:  କିଛି ଦିନ ପୂର୍ବରୁ ୮,୦୦୦ ରୁ ଅଧିକ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଖୁବ ଶୀଘ୍ର କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବାକୁ ଯାଉଛି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପିଛିଦିନ ପୂର୍ବରୁ କେନ୍ଦ୍ର ସଚିବାଳୟର ରାଜଭାଷ ସେବା ଗୋଷ୍ଠୀ ଏ’ର ଏକ ପ୍ରତିନିଧୀ ଦଳକୁ ଭେଟିଥିଲେ । ଏହା ପରେ ପଦୋନ୍ନତି ସହ ଜଡିତ ଘୋଷଣା କରାଯାଇଥିଲା । ସେତେବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ନିୟମ ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଶ୍ଚିତ କରିଥିଲେ । ଅଧିକାରୀଙ୍କ ପଦୋନ୍ନତି ପୂର୍ବରୁ ଅତିକମରେ ଏକ ବର୍ଷରୁ ୧୮ ମାସ ପର୍ଯ୍ୟନ୍ତ ଟ୍ରେନିଂ ନେଇଥିବା ଆବଶ୍ୟକ ।

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମଧ୍ୟ ପ୍ରତିନିଧି ଦଳକୁ କହିଥିଲେ ଯେ, ସେ ସେମାନଙ୍କର ଦାବିକୁ ବିଚାର କରିବେ ଏବଂ ପଦୋନ୍ନତିରେ ଯେକୌଣସି ସମସ୍ୟାକୁ ଦୂର କରିବେ । ଭବିଷ୍ୟତରେ ସରକାରୀ କର୍ମଚାରୀଙ୍କ ପାଇଁ ସମସ୍ତ ପଦୋନ୍ନତି ବ୍ୟବସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ୧ ଜୁଲାଇ ୨୦୨୨ ରେ ୮୦୮୯ କର୍ମଚାରୀଙ୍କର ପଦୋନ୍ନତି କରାଯାଇଥିଲା ।

Related Articles

Back to top button