ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ୯୬ ମିନିଟ୍‌ ପର୍ଯ୍ୟନ୍ତ ବାଜିବ ଘଣ୍ଟି

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଓ୍ବେଷ୍ଟମିନ୍‌ଷ୍ଟର ଆବେରେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ରାଣୀଙ୍କ ଅନ୍ତିମ ସଂସ୍କାର ଲଣ୍ଡନ ସମୟ ୧୧ଟା ଏବଂ ଭାରତୀୟ ସମୟ ଅପରାହ୍ନ ୪ଟାରେ ହେବ। ଏହି ସମୟରେ ରାଣୀଙ୍କ ଦୀର୍ଘ ଜୀବନକୁ ମନେ ପକାଇ ୯୬ ମିନିଟ ପାଇଁ କ୍ରମାଗତ ଘଣ୍ଟି ବଜାଯିବ।

ରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ତାଙ୍କର ଶେଷ ବିଦାୟ ରାଜକୀୟ ପରମ୍ପରା ଅନୁଯାୟୀ କରାଯିବ। ବ୍ରିଟେନରେ ରାଜ ପରିବାରକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଣୀଙ୍କ ଅନ୍ତିମ ସଂସ୍କାର ସାରା ଦେଶରେ ପ୍ରଦର୍ଶିତ ହେବ। ଏଥିପାଇଁ ସମଗ୍ର ବ୍ରିଟେନରେ ବଡ଼ ପରଦା ଲଗାଯାଇଛି। ଏହା ବ୍ୟତୀତ ଏହା ସିନେମା ନ୍ୟୁଜ୍‌ ଚାନେଲରେ ସିଧା ପ୍ରସାରଣ ହେବ।

ରାଣୀଙ୍କୁ ୯୬ ବର୍ଷ ବୟସ ହୋଇଥିବାରୁ ରାଣୀଙ୍କ ସ୍ମୃତିରେ ତାଙ୍କର ଶେଷ ବିଦାୟ ସମୟରେ ୯୬ ମିନିଟ୍‌ ପର୍ଯ୍ୟନ୍ତ ଘଣ୍ଟି ବଜାଯିବ। ବ୍ରିଟେନରେ ଏହା କରିବା ଏକ ରାଜକୀୟ ପରମ୍ପରା। ବ୍ରିଟେନର ନୂତନ ରାଜା ଚାଲର୍‌ସ ତୃତୀୟ ରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାର ପରେ ସାରା ଦେଶରେ ଏକ ସପ୍ତାହ ଶୋକ ଘୋଷଣା କରିବେ। ଓ୍ବେଷ୍ଟମିନ୍‌ଷ୍ଟର ଆବେରେ ରାଣୀଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଯେଉଁଠାରେ ରାଜ ପରିବାରର ସଦସ୍ୟମାନେ ମୁକୁଟ ପିନ୍ଧିଥାନ୍ତି।

Related Articles

Back to top button