କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି ,ସହଯୋଗୀ ବିଭବଙ୍କ ପୁଲିସ ହେପାଜତ ତିନି ଦିନ ବୃଦ୍ଧି

ଦିଲ୍ଲୀର ଏକ କୋର୍ଟ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କ ପୁଲିସ ହେପାଜତକୁ ଆହୁରି ତିନି ଦିନ ବୃଦ୍ଧି କରିଛନ୍ତି। ମେ’ ୧୩ରେ ଶ୍ରୀମତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହାନଗର ନିଗମ ମାଜିଷ୍ଟ୍ରେଟ ଗୌରବ ଗୋୟଲ ବିଭବଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି।

ସେପଟେ ସୁପ୍ରିମକୋର୍ଟର ଏକ ଅବକାଶକାଳୀନ ଖଣ୍ଡପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ମଦ କାରବାର ଅଭିଯୋଗରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହୁଁଥିବା ଆବେଦନ ତାଲିକାଭୁକ୍ତ କରିବାକୁ ମନା କରି ଦେଇଛନ୍ତି। ଜଷ୍ଟିସ୍ ଜେ.କେ ମାହେଶ୍ୱରୀ ଏବଂ କେ.ଭି ବିଶ୍ୱନାଥନ୍ କହିଛନ୍ତି ଯେ କୋର୍ଟର ଅନ୍ୟ ଏକ ଖଣ୍ଡପୀଠ ଦ୍ୱାରା ବିଚାର ପାଇଁ ସଂରକ୍ଷିତ ମାମଲାରେ ଦାଖଲ ହୋଇଥିବା ଆବେଦନରେ ଏହା ହସ୍ତକ୍ଷେପ କରିପାରିବ ନାହିଁ। ଅବକାଶକାଳୀନ ଖଣ୍ଡପୀଠ ଶ୍ରୀ କେଜ୍ରିୱାଲଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ଡକ୍ଟର ଅଭିଷେକ ମନୁ ସିଂଭିଙ୍କୁ ତାଲିକାଭୁକ୍ତ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ପାଇଁ ଭାରତର ପ୍ରଧାନ ବିଚାରପତିଙ୍କ ନିକଟକୁ ଯିବାକୁ କହିଥିଲେ। ଏହା ପୂର୍ବରୁ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଥିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫଦାରୀକୁ ବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

Related Articles

Back to top button