ରଣଜୀତ ସିଂ ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ହରିୟାଣା ହାଇକୋର୍ଟ ରାମରହିମଙ୍କୁ ନିର୍ଦ୍ଦୋଷ କହିଛନ୍ତି

ବହୁଚର୍ଚ୍ଚିତ ରଣଜୀତ ସିଂ ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ହରିୟାଣା ହାଇକୋର୍ଟ ରାମରହିମଙ୍କୁ ଆଶ୍ବସ୍ତି । ରାମ ରହିମଙ୍କୁ ନିର୍ଦ୍ଦୋଷ କହିଛନ୍ତି ହାଇକୋର୍ଟ । ଏହି ମାମଲାରେ ସିବିଆଇ ଅଦାଲତ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତଳକୋର୍ଟର ନିର୍ଦ୍ଦେଶକୁ ପରିବର୍ତ୍ତନ କରି ଏହି ମାମଲାରେ ସାମିଲ ସମସ୍ତ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଆଜୀବନ କାରାଦଣ୍ଡ ସଜା ବିରୁଦ୍ଧରେ ତଳକୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାମ ରହିମ । ହାଇକୋର୍ଟ ରାମ ରହିମଙ୍କ ଆବେଦନର ଶୁଣାଣି କରି ସିବିଆଇ ଅଦାଲତ ନିର୍ଣ୍ଣୟକୁ ରଦ୍ଦ କରିଛନ୍ତି ।ରଣଜୀତ ସିଂ ସିରସା ଡେରାର ପ୍ରବନ୍ଧକ ଥିଲା । ୨୨ ବର୍ଷ ପୂର୍ବେ ହରିୟାଣା କୁରୁକ୍ଷେତ୍ରର ରଣଜୀତ ସିଂଙ୍କୁ ହତ୍ୟା କରାଯାଇଥିଲା । ଜୁଲାଇ ୧୦, ୨୦୦୨ ରେ ରଣଜୀତଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ଯେଉଁ ମାମଲାରେ ରାମରହିମଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

Related Articles

Back to top button