ହାଇକୋର୍ଟ ମୁହଁ ଫେରାଇ ନେବାପରେ ସର୍ବୋଚ୍ଚନ୍ୟାୟଳୟର ଦ୍ଵାରସ୍ଥ ହେଲେ କେଜ୍ରିୱାଲ

ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁରକ୍ଷା ନଦେବା ପାଇଁ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସେ ଗୁରୁବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ।

ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ମନୋଜ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଚ୍ୟାଲେଞ୍ଜ କରୁଥିବା ଆପ୍ ନେତାଙ୍କ ଆବେଦନକୁ ଏପ୍ରିଲ ୨୨ ତାରିଖରେ ଅଧିକ ବିଚାର ପାଇଁ ତାଲିକାଭୁକ୍ତ କରିଛନ୍ତି।

Related Articles

Back to top button