ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି

ଆଜି ଗୁରୁବାରରେ ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ତେଲେଙ୍ଗାନାର ରାଜ୍ୟପାଳ ଥିବା ତାମିଲସାଇ ସୁନ୍ଦରରାଜଙ୍କୁ ଚେନ୍ନାଇ ସାଉଥରୁ ଟିକେଟ ଦିଆଯାଇଛି ।

କୋଏମ୍ବାଟୁରରୁ ଲଢ଼ିବେ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ ଏବଂ ନୀଳଗିରିସରୁ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଦଳ କରିଛି ପ୍ରାର୍ଥୀ । ଏହାବାଦ ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ଟିକେଟ ଦେଇଛି । ଏହାପୂର୍ବରୁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।

ବିଜେପି ତାମିଲନାଡୁର ମୋଟ ୩୯ଟି ଲୋକସଭା ଆସନରୁ ୨୦ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏହି ୨୦ଟି ଆସନ ମଧ୍ୟରୁ ଦଳ ଆଜି କେବଳ ୯ଟି ସ୍ଥାନରେ ପ୍ରାର୍ଥୀ ହେବାକୁ ଯାଉଥିବା ନେତାଙ୍କ ନାଁ ଘୋଷଣା କରିଛି ।

Related Articles

Back to top button