ସ୍ୱାତୀ ମଲିୱାଲଙ୍କୁ ଖରାପ ବ୍ୟବହାର ସହ ମାଡ ମାରିଥିଲେ କେଜ୍ରିୱାଲଙ୍କ ସହଯୋଗୀ ବୈଭୃବ କୁମାର

ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭୃବ କୁମାର ଆପ ନେତ୍ରୀ ସ୍ୱାତୀ ମଲିୱାଲଙ୍କୁ ଖରାପ ବ୍ୟବହାର ଏବଂ ମାଡ ମାରିବାର ଚାରି ଦିନ ପରେ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସରେ ସ୍ୱାତୀ ମାଲୱାଲ ଦେଇଥିବା ଏଫଆଇଆରରେ ସେଦିନ କେଜ୍ରିୱାଲଙ୍କ ଅଫିସରେ କ’ଣ ଘଟିଥିଲା ତାର ଉଲ୍ଲେଖ କରିଛନ୍ତି । ସ୍ୱାତୀ ତାଙ୍କ ଏଫଆଇଆର ଲେଖିଛନ୍ତି , ଗତ ସୋମବାର ସେ କେଜ୍ରିୱାଲଙ୍କ ଅଫିସକୁ ଯିବା ପୂର୍ବରୁ ବୌଭବଙ୍କୁ କଲ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ପରେ ସେ କେଜିୱାଲଙ୍କ ଅଫିସରେ ପହଂଚିବା ପରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା ।ଏହି ସମୟରେ ବୈଭବ ଆସି ତାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ଚାପୁଡା ମାରିଥିଲେ । ଏଥିସହ ତାଙ୍କ ଛାତି, ପେଟ ଆଦି ସମ୍ବେଦନଶୀଳ ଅଙ୍ଗକୁ ମାଡ ମାରିଥିଲେ । ଯାହାକୁ ନେଇ ଆପକୁ କଡା ସମାଲୋଚନା କରିବା ସହ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି । ସ୍ୱାତୀ ତାଙ୍କ ଏଫଆଇଆରରେ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ସର୍ବସାଧାରଣରେ ସେପରି କିଛି କହିନାହାନ୍ତି । ଘଟଣାର ୪ ଦିନ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଂଟ ଏକ୍ସରେ ପୋଷ୍ଟ କରି ସ୍ୱାତୀ ଲେଖିଛନ୍ତି, ମୋ ସହ ଯାହା ଘଟିଛି ତାହା ବହୁତ ଖରାପ ।

ଏନେଇ ଅଭିଯୋଗ କରିଛି, ପୁଲିସ କାଯ୍ୟାନୁଷ୍ଠାନ ନେବ । ଦେଶରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଚାଲିଛି, ସ୍ୱାତୀ ମଲିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ. ଦେଶର ସମସ୍ୟା ଗୁରୁତ୍ୱପୂର୍ଣ୍ଣ । ତେବେ ବିଜେପି ଘଟଣାକୁ ରାଜନୀତି ନକରୁ ବୋଲି ନିବେଦନ କରିଛନ୍ତି ସ୍ୱାତୀ । ସେପଟେ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହାକୁ ଆପର ଭିତିରି ସମସ୍ୟା କହିଥିବାରୁ ଏହାକୁ ବିଜେପି କଡା ସମାଲୋଚନା କରିଛି । ଦିଲ୍ଲୀ ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ନିକଟରେ ରାଜ୍ୟସଭାକୁ ପଠାଇଥିଲା ଆପ୍ । ଏହା ପରେ ସ୍ୱାତୀଙ୍କ ସମୟରେ ମହିଳା କମିଶନରେ ନିଯୁକ୍ତ ୨୦୦ରୁ ଅଧିକ ପଦବୀକୁ ରଦ୍ଦ କରିଥିଲେ ଦିଲ୍ଲୀ ରାଜ୍ୟପାଳ । ଆଉ ଏବେ ସ୍ୱାତୀଙ୍କୁ କେଜ୍ରିୱାଲଙ୍କ ସହ ସହଯୋଗୀ ମାଡ ମାରିବା, ଆଉ ଆପ୍ ଚୁପ ରହିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

Related Articles

Back to top button