ଅଟୋ ଚାଳକ ଜିତିଲେ ୨୫ କୋଟିର ଲଟେରୀ

ନୂଆଦିଲ୍ଳୀ : କେରଳର ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ଖୋଲି ଯାଇଛି । ପୂର୍ବରୁ ତାଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନଥିଲା । ତେଣୁ ସେ ମାଲେସିଆରେ ରୋଷେୟା ଚାକିରି ପାଇଁ ବ୍ୟାଙ୍କରୁ ତିନି ଲକ୍ଷ ଲୋନ୍‌ ମାଗିଥିଲେ । କିନ୍ତୁ ଋଣ ମଞ୍ଜୁର ହେବାର ଗୋଟିଏ ଦିନ ପରେ ସେ ୨୫ କୋଟି ଲଟେରୀ ଲାଗିଗଲା।

ଲଟେରୀ ଜିତିଥିବା ଅଟୋ ଡ୍ରାଇଭର ଅନୁପ ଶ୍ରୀବରହମର ବାସିନ୍ଦା । ଶନିବାର ଦିନ ସେ ଏକ TJ 750605 ନମ୍ଵରର ଟିକେଟ୍‌ କିଣିଥିଲେ । ଯାହା ତାଙ୍କ ଭାଗ୍ୟକୁ ଖୋଲି ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ପୂର୍ବରୁ ସେ ଏକ ଟିକେଟ୍ କିଣିଥିଲେ ହେଲେ ତାଙ୍କୁ ପସନ୍ଦ ଆସିନଥିଲା, ପରେ ସେ ଆଉ ଏକ କିଣିଥିଲେ। ଯାହା ଦ୍ଵାରା ତାଙ୍କ ଲଟେରୀ ଲାଗିଥିଲା।

ପରେ ତାଙ୍କ ପାଖକୁ ଋଣ ସମ୍ପର୍କରେ ବ୍ୟାଙ୍କରୁ ଏକ କଲ ଆସିଥିଲା। ଯାହା ପରେ ସେ କହିଥିଲେ କି – ମୋର ଆଉ ଋଣ ଦରକାର ନାହିଁ । ମୁଁ ଆଉ ମାଲେସିଆ ଯାଉ ନାହିଁ । ଟିକସ କାଟିବା ପରେ ଅନୁପ ପ୍ରାୟ ୧୫ କୋଟି ଟଙ୍କା ଘରକୁ ନେଇଯିବେ। ଅନୁପ କହିଛନ୍ତି ଯେ ଗତ ୨୨ବର୍ଷ ଧରି ସେ ଲଟେରୀ ଟିକେଟ କିଣୁଛନ୍ତି। ସେ ଶହ ଶହ ଟିକେଟ ମଧ୍ୟରୁ ପ୍ରାୟ ୫ ହଜାର ଟଙ୍କା ଜିତିଛନ୍ତି। ହେଲେ କେବେ ଜିତିବାକୁ ଆଶା କରି ନଥିଲେ, ଯେତେବେଳେ ଫୋନ୍ ଚେକ୍ କଲେ, ଦେଖିଲେ କି ଲଟେରୀ ଜିତି ଯାଇଛନ୍ତି । ଯାହାକୁ ସେ ଆଦୌ ବିଶ୍ଵାସ କରି ପାରିଲେ ନାହିଁ ।  ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ଦେଖାଇଥିଲେ ।

ପରିବାର ପାଇଁ ଘର ନିର୍ମାଣ କରିବା ଏବଂ ଧାର କରଜ ସବୁ ସୁଜିବେ –

ଯେତେବେଳେ ଅନୁପଙ୍କୁ ପଚରାଗଲା ଯେ ସେ ଏତେ ଟଙ୍କା ସହିତ କଣ କରିବେ, ସେ ଉତ୍ତର କହିଥିଲେ କି ସେ ତାଙ୍କ ପରିବାର ପାଇଁ ଘର ନିର୍ମାଣ କରିବା ଏବଂ ଧାର କରଜ ସବୁ ସୁଜିବେ ।  ଏହା ବ୍ୟତୀତ ଅନୁପ କହିଛନ୍ତି ଯେ ସେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ କିଛି ସାହାଯ୍ୟ କରିବେ, କିଛି ଦାନ କାମ କରିବେ ଏବଂ କେରଳର ହୋଟେଲ ସେକ୍ଟରରେ କିଛି ନୂଆ ଆରମ୍ଭ କରିବେ।

Related Articles

Back to top button