ଇଂରାଜୀରେ ଚଣ୍ଡୀପାଠ କରାଇଲେ ଦୁର୍ଗାପୂଜା କ୍ଲବ୍: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କୋଲକାତା: ମହାଳୟା ସରିଛି ଏବେ ପରିବେଶ ଦେଲାଣି ମା’ଙ୍କ ଆଗମନର ସୂଚନା। ଦେଶରେ ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ପ୍ରସିଦ୍ଧ। କୋଲକାତାରେ ଦୁର୍ଗା ପୂଜାର ଉତ୍ସାହ ଅନୁଭବ ହେଲାଣି। ଏପରି ଅବସରରେ ସବୁଠୁ ଯାହା ଖାସ ତାହା ହେଉଛି ପେଣ୍ଡାଲ। ଯାହାକୁ ଅଲଗା ଅଲଗା ଥିମରେ ସଜା ଯାଏ। ଏଥର ମଧ୍ୟ କୋଲକାତାର ଦୁର୍ଗାପୂଜା ପେଣ୍ଡାଲ ବିଭିନ୍ନ ବିଚାରର ରଙ୍ଗରେ ରଙ୍ଗୀନ ହେଲାଣି। ତେବେ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବା ସମସ୍ତଙ୍କୁ ଚକିତ କରିଛି।

ଉଲ୍ଲେଖଯୋଗ୍ୟ ଯେ କୁଦଘାଟ ପୂଜା କମିଟି ପ୍ରଗତି ସଂଘ ଗତ ୨୫ ସେପ୍ଟେମ୍ବର ମହାଳୟା ଦିନ ଇଂରାଜୀରେ ଚଣ୍ଡିପାଠ କରାଇଛନ୍ତି। ସୋସିଆଲ ମିଡିଆରେ ଏହି ଚଣ୍ଡୀପାଠର ଏବେ ଖୁବ ଚର୍ଚ୍ଚା। ଏହି ଭିଡିଓକୁ ଟ୍ୱିଟର ୟୁଜର ଆଟ୍ ତମାଲ ଜିରୋ ଫୋର ଜିରୋ ୱାନ ସେପ୍ଟେମ୍ବର ୨୭ ତାରିଖ ଦିନ ଅପଲୋଡ କରିଛନ୍ତି। ଯେଉଁଥିରେ କୋଲକାତାର ଏହି ଦୁର୍ଗାପୂଜା କ୍ଲବ ଗ୍ଲୋବାଲ ଅଡିଆନ୍ସ ଲାଗି ଚଣ୍ଡୀପାଠର ପ୍ରଶିଦ୍ଧ ବଙ୍ଗାଳୀ କଥାକୁ ଇଂରାଜୀରେ ଅନୁବାଦ କରିଛନ୍ତି, ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ବୋଲି ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ପୌରାଣିକ କଥା ଅନୁସାରେ ମହାଳୟା ଅବସରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କ ରଚନା କରିଥିଲେ। ସେହିପରି ମହାଳୟା ପିତୃପକ୍ଷ ଅର୍ଥାତ ସର୍ବ ପିତ୍ରୁ ଅମାବାସ୍ୟା ଅନ୍ତିମ ଦିନ ମନେ କରାଯାଏ। ଏଣୁ ଏହି ଦିନ ଦେବୀ ଦୁର୍ଗାଙ୍କ ପରମ ଶକ୍ତିର ଆବାହନ ନିମନ୍ତେ ଚଣ୍ଡୀପାଠ କରାଯାଏ।

Related Articles

Back to top button