ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ପରଲୋକ

ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ଲସ୍‌ ଆଞ୍ଜେଲସ୍‌ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୧୯୯୫ରେ ହିଟ ଗୀତ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ’ ପାଇଁ କୁଲିଓ ପ୍ରସିଦ୍ଧ। କୁଲିଓଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଆର୍ଟିସ ଲିଓନ ଆଇଭି ଜୁ।

କୁଲିଓ ୮୦ ଦଶକରେ କାଲିଫର୍ନିଆରେ ନିଜର ରାପିଂ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ସେ ୧୯୯୫ରେ ଗ୍ୟାଙ୍ଗଷ୍ଟା ପାରାଡାଇଜ ଗୀତରୁ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ଏହି ସାଉଣ୍ଡଟ୍ରାକ ଡେଞ୍ଜରସ ମାଇଣ୍ଡ ଫିଲ୍ମରେ ଥିଲା। ସେହି ବର୍ଷ ସମାନ ଗୀତ ପାଇଁ କୁଲିଓଙ୍କୁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ଗ୍ୟାଙ୍ଗଷ୍ଟା ପାରାଡାଇଜର ସଫଳତା ପରେ କୁଲିଓ ଅନେକ ଗୀତ ରଚନା କରିଥିଲେ। କୁଲିଓ ଜଣେ ରାପର୍‌ ସହିତ ଜଣେ ମହାନ ଅଭିନେତା। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି। ସେ ମାର୍ଟିନ ସହ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।

Related Articles

Back to top button