ଲଦାଖର କାର୍ଗିଲରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଲଦାଖ: ସୋମବାର ସକାଳୁ ସକାଳୁ ଥରିଲା ଲଦାଖ। ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା। ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ଏହାପୂର୍ବରୁ ଶନିବାର-ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା।

ତାଇୱାନର ଅନେକ ସ୍ଥାନରେ ରାସ୍ତା ଘାଟ ଫାଟିଯାଇଛି। ବ୍ରିଜ୍ ଭୂଶୁଡିଯାଇଛି। ସ୍ଥିତି ଏମିତି ହୋଇଥିଲା ଯେ, ଟ୍ରେନଗୁଡିକ ଟ୍ରାକ ଚ୍ୟୁତ ହୋଇଥିଲା। ବ୍ରିଜ୍ ଭାଙ୍ଗିବା ହେତୁ ଅନେକ ଗାଡି ବ୍ରିଜ ତଳେ ଦବିଯାଇଥିଲା। ଭୂକମ୍ପ ଯୋଗୁଁ ତାଇୱାନରୁ ଜାପାନରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା ।

Related Articles

Back to top button