ଧାମନଗର ବିଧାୟକଙ୍କ ବିୟୋଗରେ ଶୋକ: ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ

ଭଦ୍ରକ: ପରଲୋକରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ। ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ନେତୃବୃନ୍ଦରେ ଶୋକ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବି ଶୋକ ପାଳନ କରାଯାଉଛି । ଫଳରେ ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିଛି। ଧାମନଗର ବ୍ଲକର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିବ। ଶିକ୍ଷକ ଓ ଶିକ୍ଷୟତ୍ରୀ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଉପସ୍ଥିତ ରହିବେ। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button