ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପି.ଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷା ଜୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା। କ୍ରୀଡ଼ାରେ ସଫଳତା ପାଇଁ ସେ ଜଣାଶୁଣା, ବର୍ଷ ବର୍ଷ ଧରି ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ କରୁଥିବା କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ ଭି.ବିଜୟେନ୍ଦ୍ର ପ୍ରସାଦଙ୍କ ପାଇଁ ଲେଖିଛନ୍ତି, ଭି ବିଜୟେନ୍ଦ୍ର ଗାରୁ ଦଶନ୍ଧି ଧରି ସୃଜନଶୀଳ ଜଗତ ସହିତ ଜଡିତ ଅଛନ୍ତି। ତାଙ୍କର ରଚନା ଭାରତର ଗୌରବମୟ ସଂସ୍କୃତିକୁ ପ୍ରତିଫଳିତ କରିଛି ଏବଂ ସର୍ବଭାରତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।

ବିରେନ୍ଦ୍ର ହେଗଡେଙ୍କ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ବିରେନ୍ଦ୍ର ହେଗଡେ ଜୀ ଉଲ୍ଲେଖନୀୟ ସମାଜ ସେବାରେ ଆଗରେ ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ସେ ଅନେକ ମହତ୍‌ କାର୍ଯ୍ୟ କରିଛନ୍ତି। ସେ ନିଶ୍ଚିତ ଭାବରେ ସଂସଦୀୟ ପ୍ରକ୍ରିୟାକୁ ସମୃଦ୍ଧ କରିବେ।

ପ୍ରଧାନମନ୍ତ୍ରୀ ଇଲିୟାରାଜାଙ୍କ ପାଇଁ ଲେଖିଛନ୍ତି, ଇଲିୟାରାଜା ପିଢି ପରେ ପିଢି ଲୋକଙ୍କୁ ଆକର୍ଷିତ କରିଛନ୍ତି। ତାଙ୍କର କାର୍ଯ୍ୟଗୁଡ଼ିକ ଅନେକ ଭାବନାକୁ ସୁନ୍ଦର ଭାବରେ ଚିତ୍ରଣ କରିଥାଏ। ତାଙ୍କ ଜୀବନ ଯାତ୍ରା ମଧ୍ୟ ପ୍ରେରଣାଦାୟକ – ସେ ଏକ ନମ୍ର ପୃଷ୍ଠଭୂମିରୁ ଉଠି ଅନେକ କିଛି ହାସଲ କରିଛନ୍ତି। ସେ ରାଜ୍ୟସଭାରେ ମନୋନୀତ ହୋଇଥିବାରୁ ଖୁସି।

 

Related Articles

Back to top button