ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ହେଲେ ନୂଆ CDS

ନୂଆଦିଲ୍ଲୀ: ଦେଶର ନୂଆ ସିଡିଏସ ଜେନେରାଲଙ୍କ ନା ଘୋଷଣା କଲେ କେନ୍ଦ୍ର ସରକାର । ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନ (Lt General Anil Chauhan (Retired) ହେଲେ ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (Chief of Defence Staff)।  ଶ୍ରୀ ଚୌହାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ରହିବା ସହ ଅତିରିକ୍ତ ଭାବେ ଭାରତ ସରକାରଙ୍କ ମିଲିଟାରୀ ଆଫେୟାର୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

ଅନୀଲ୍ ଚୌହାନ ସେନାରେ ୪୦ ବର୍ଷ କାର୍ଯ୍ୟ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନ ଚାକିରି କାଳରେ ଏକାଧିକ କମାଣ୍ଡର ନେତୃତ୍ୱ ନେଇଥିଲେ । ଜାମ୍ମୁକାଶ୍ମୀର ସହ ଉତ୍ତର-ପୂର୍ବ ଭାରତରେ ସେନା ଅପରେସନରେ ତାଙ୍କର ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୬୧ ମେ ୧୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଚୌହାନ ୨୦୨୧ ମେ ମାସରେ ଚାକିରିରୁ ଅବସର ନେଇଥିଲେ ।

ବାରମୂଲା ସହିତ ନର୍ଦ୍ଦର୍ଣ୍ଣ କମାଣ୍ଡର ଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନ । ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ୨୦୧୯ ସେପ୍ଟେମ୍ବରରୁ ଅବସର ନେବା ଯାଏ କାର୍ଯ୍ୟ କରିଥିଲେ । ଏଥିସହ ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ଦାୟିତ୍ୱରେ ରହିଥିଲେ ।

ଜେନେରାଲ୍ ବିପିନ ରାୱତଙ୍କ ଦେହାନ୍ତ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ପଦ ଖାଲି ପଡ଼ିଥିଲା । ଏବେ କେନ୍ଦ୍ର ସରକାର ସିଡିଏସ୍ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ନିଯୁକ୍ତି ଦେଇଛନ୍ତି ।

Related Articles

Back to top button