ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା: କାନ୍ଥ ଭୁଶୁଡି ୯ ମୃତ

ଉତ୍ତରପ୍ରଦେଶର ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ପରେ ଏକ ବଡଧରଣର ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ପ୍ରବଳ ବର୍ଷା ପରେ କାନ୍ଥ ଭୁଶୁଡି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କେତେକ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉତ୍ତରପ୍ରଦେଶରେ ପ୍ରାୟ ୨୪ ଘଣ୍ଟା ହେବ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୃତକଙ୍କ ପରିଜନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କୁ ଆବଶ୍ୟକୀୟ ଚିିକିତ୍ସାସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button