ମାଲକାନଗିରିରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷା ବାତିଲ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମାଲକାନଗିରି: ଗତ ୨୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ଏହି ସମୟରେ ମାଲକାନଗିରିର ତିନି ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା ଏବଂ ପ୍ରଶ୍ନପତ୍ର ବହୁପୂର୍ବରୁ ବାହାରକୁ ପଳାଇ ଆସିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

ପରୀକ୍ଷା ସମୟରେ କପି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ଜିଲ୍ଲା ଶିକ୍ଷା ବିଭାଗ ସଂପୃକ୍ତ ପରୀକ୍ଷାକୁ ବାତିଲ କରିଛନ୍ତି। ତେଣୁ ଯେଉଁମାନେ ଏହି ପରୀକ୍ଷାରେ ପାସ କରିଥିବେ ସେମାନେ ପୁଣିଥରେ ଓଟିଇଟି ପରୀକ୍ଷାର ସାମ୍ନା କରିବେ। ତେବେ ନୂଆ ତାରିଖ ବାବଦରେ କୌଣସି ନିଷ୍ପତ୍ତି ହୋଇନି। ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି।

ନୂଆ ପରୀକ୍ଷା ତାରିଖ ଘୋଷଣାର ସାତ ଦିନ ପୂର୍ବରୁ ପରୀକ୍ଷାର୍ଥୀ ୱେବ ସାଇଟରୁ ନିଜର ଆଡମିଟ୍ କାର୍ଡ ପାଇପାରିବେ ବୋଲି କୁହାଯାଇଛି।

Related Articles

Back to top button