ଉତ୍ତରପ୍ରଦେଶର କାଶଗଞ୍ଜରେ ବଡ଼ ଅଘଟଣ : 20 ମୃତ

ଉତ୍ତରପ୍ରଦେଶର କାଶଗଞ୍ଜରେ ବଡ଼ ଅଘଟଣ । ପୋଖରୀକୁ ଖସିଲା ଶ୍ରଦ୍ଧାଳୁ ନେଇ ଯାଉଥିବା ଟ୍ରାକ୍ଟର । ଏହି ଅଘଟଣରେ 7 ଜଣ ଛୋଟ ଛୁଆ, 8 ଜଣ ମହିଳାଙ୍କ ସମେତ 20 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଜେଥରାରୁ କିଛି ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ଏକ ଟ୍ରାକ୍ଟରରେ ଯାଉଥିବା ବେଳେ ହଠାତ୍ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଏକତ ପୋଖରୀ ଭିତରକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟର ସମେତ ଅନେକ ଶ୍ରଦ୍ଧାଳୁଙ୍କର ପାଣିରେ ବୁଡ଼ି ମୃତ ଘଟିଛି । ପଟିୟାଲି କାଦରଗଞ୍ଜ ରୋଡରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା 20 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 7 ଜଣ ଛୋଟ ଛୁଆ, 8 ଜଣ ମହିଳା ଶ୍ରଦ୍ଧାଳୁଙ୍କ ସମେତ 20 ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ 20 ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।ଖବରପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସ୍ଥାନୀୟ ଗାଁ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ରାକ୍ଟରରେ ମୋଟ୍ 35 ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ସମସ୍ତେ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ ।

Related Articles

Back to top button