ଉତ୍ତରାଖଣ୍ଡର ମାନାରେ ବରଫ ଅତଡା ଧସିବା କାରଣରୁ BRO କ୍ୟାମ୍ପ କ୍ଷତିଗ୍ରସ୍ତ

ଉତ୍ତରାଖଣ୍ଡର ମାନାରେ ବରଫ ଅତଡା ଧସିବା କାରଣରୁ BRO କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପ୍ରାୟ ୫୭ ଜଣ ଶ୍ରମିକ ଉପସ୍ଥିତ ଥିବା ସନ୍ଦେହ କରାଯାଉଛି। ସେନା ଏବଂ ITBP ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣଙ୍କୁ କହି ରଖୁଛୁ ଯେ, ଲଗାତାର ତିନି ଦିନ ଧରି ଉତ୍ତରାଖଣ୍ଡରେ ପାଗ ଖରାପ ରହିଛି। ଉଚ୍ଚ ସ୍ଥାନ ଗୁଡ଼ିକରେ ପ୍ରବଳ ତୁଷାରପାତ ଜାରି ରହିଛି।ସୂଚନା ମୁତାବକ, ଏପର୍ଯ୍ୟନ୍ତ ବରଫ ତଳେ ଚାପି ହୋଇ ରହିଥିବା ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଏମାନେ ସମସ୍ତେ ମାନାରୁ ମାନା ପାସ୍ ପର୍ଯ୍ୟନ୍ତ ୫୦ କିଲୋମିଟର ଅଞ୍ଚଳରେ ରାଜପଥ ପ୍ରଶସ୍ତ ଏବଂ ପିଚୁ କାର୍ଯ୍ୟରେ ନିୟୋଜିତ କମ୍ପାନୀର କର୍ମଚାରୀ ଥିବା ଜଣାପଡିଛି। ଏହି ରାସ୍ତାର କାମ EPC କମ୍ପାନୀ ମାଧ୍ୟମରେ BRO ଦ୍ୱାରା କରାଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କରା ସିଂହ ଧାମି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ୟପଟେ, ଚାମୋଲି ଜିଲ୍ଲାରେ ବର୍ଷା ଏବଂ ତୁଷାରପାତକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀ ଆଇଆରଏସ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଅବରୋଧିତ ରାସ୍ତାରେ ଯାତାୟାତକୁ ସୁବ୍ୟବସ୍ଥିତ କରିବା ଏବଂ ସେଠାରେ ପୁଣିଥରେ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button