ରୁବିୟା ସଏଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଏଦଙ୍କ ଝିଅ ରୁବିୟା ସଏଦ ଅପହରଣ ଘଟଣାରେ ଶୁକ୍ରବାର ବଡ ଖୁଲାସା ହୋଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ରୁବିୟା ତାଙ୍କୁ ଅପହରଣ କରିଥିବା ୟାସିନଙ୍କ ସମେତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରିଛନ୍ତି । ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ହେଲେ ରୁବିୟା । ପ୍ରଥମ ଥର ପାଇଁ ଏହି ଅପହରଣ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହା ଯାଇଥିଲା । ରୁବିୟାଙ୍କ ଅପହରଣ ୮ ଡିସେମ୍ବର ୧୯୮୯ରେ ହୋଇଥିଲା । ତାଙ୍କୁ ମୁକ୍ତ କରିବା ପାଇଁ ୧୩ ଡିସେମ୍ବରରେ ସରକାରଙ୍କୁ ୫ ଆତଙ୍କବାଦୀଙ୍କୁ ଛାଡିବାକୁ ପଡିଥିଲା । ସେ ସମୟରେ ମୁଫତି ମହମ୍ମଦ ସୟେଦ ଭାରତର ଗୃହମନ୍ତ୍ରୀ ଥିଲେ ।

Related Articles

Back to top button