ବଲାଙ୍ଗିରରେ ଓଲଟିଲା ବସ: ୨୯ ଆହତ

ବଲାଙ୍ଗିର: ଟ୍ୟାଙ୍କରକୁ ଧକ୍କା ଦେଇ ଓଲଟିଲା ବସ, ୨୯ ଆହତ। ବରଗଡ଼କୁ ଯିବାବେଳେ ‘କୁମୁଦିନୀ’ ନାମକ ବସ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଘରୋଇ କମ୍ପାନୀର ଟ୍ୟାଙ୍କର ସହ ଧକ୍କାହେବାରୁ ଓଲଟିବା ସୂଚନା ମିଳିଛି। ଜାତୀୟ ରାଜପଥ ୨୬ ବରଗଡ଼ ବଲାଙ୍ଗିର ରାସ୍ତାର ହୀରାପୁର ଛକରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ବସରେ ଥିବା ଯାତ୍ରୀଙ୍କ ଉଦ୍ଧାର କାମ ଜାରି ରହିଛି। ସମସ୍ତ ଆହତଙ୍କୁ ଲୋଇସିଂହା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Related Articles

Back to top button