ଥମୁନି ମଣିପୁର ହିଂସା, ପୁଣି ଫୁଟିଲା ଗୁଳି

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ପୁଣି ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କିଛି ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ଗୁଳି ବିନିମୟ ହୋଇଛି। ହିଂସାକୁ ନିୟନ୍ତ୍ରଣରେ ରଖିବାକୁ ପ୍ରଶାସନର ସବୁ ପ୍ରକାର ପ୍ରସ୍ତୁତି ବିଫଳ ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ କରାଯାଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ନିଷ୍କର୍ଷ ବାହାରିପାରୁନାହିଁ।

Related Articles

Back to top button