ମଣିଶଙ୍କର ଆୟର ପାକିସ୍ତାନକୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି

କଂଗ୍ରେସର ଆଉ ଜଣେ ନେତାଙ୍କ ବୟାନ ଗଣମାଧ୍ୟମକୁ ଆସିଛି । ଦଳର ବରିଷ୍ଠ ନେତା ମଣିଶଙ୍କର ଆୟର ପାକିସ୍ତାନକୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ମଣିଶଙ୍କର ଏକ ସାକ୍ଷାତକାରରେ କହିଛନ୍ତି, ଭାରତକୁ ପାକିସ୍ତାନର ଇଜ୍ଜତ କରିବାର ଦରକାର । କାରଣ ପଡୋଶୀ ପାଖରେ ପରମାଣୁ ବୋମା ଅଛି । ଯଦି ଆମେ ତାଙ୍କୁ ସମ୍ମାନ ନଦେବା, ସେମାନେ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଚିନ୍ତା କରିପାରନ୍ତି ।

ଆୟର କହିଛନ୍ତି, ଭାରତ ଭୁଲିଯିବାର କଥା ନୁହେଁ ଯେ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ମୁଁ ବୁଝିପାରୁ ନାହିଁ ଯେ, ବର୍ତ୍ତମାନ ସରକାର କହୁଛନ୍ତି ଯେ, ଆମେ ପାକିସ୍ତାନ ସହିତ ଆଲୋଚନା କରିବୁ ନାହିଁ । କାରଣ ସେଠାରେ ଆତଙ୍କବାଦ ରହିଛି । କିନ୍ତୁ ଜାଣି ରଖିବାର ଅଛି ଯେ, ଆତଙ୍କବାଦ ଶେଷ କରିବା ପାଇଁ ଆଲୋଚନା ଦରକାର । ବରଂ ପାକିସ୍ତାନ ଭାବିବ ଯେ, ଭାରତ ଅହଂକାରରେ ବିଶ୍ୱକୁ ଛୋଟ ଦେଖୁଛି ।

ଶ୍ରୀ ଆୟର ଚେତାବନୀ ଦେବା ସହିତ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି । ଆମ ପାଖରେ ମଧ୍ୟ ଅଛି । କିନ୍ତୁ କ’ଣ ହେବ । ଯଦି କୌଣସି ପାଗଳ ଲାହୋରରୁ ବୋମା ବିସ୍ଫୋରଣ କରିବାକୁ ନିଷ୍ପତ୍ତି ନେବ । ଏହି ରେଡିଏସନ୍‌କୁ ଅମୃତସର ପହଞ୍ଚିବା ପାଇଁ ୮ ସେକେଣ୍ଡ ଲାଗିବ ନାହିଁ । ଯଦି ଆମେ ସେମାନଙ୍କୁ ସମ୍ମାନ ଦେବା । ଶାନ୍ତି ପ୍ରତିଷ୍ଠା ହେବ । ଯଦି ଆମେ ସେମାନଙ୍କୁ ଛୋଟ ଦେଖିବା । କୌଣସି ପାଗଳ ଆସି ବୋମା ବିସ୍ଫୋରଣ କରିଦେବ ।

Related Articles

Back to top button