ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଅନ୍ତରୀଣ ଜାମିନ

ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଠାରୁ ଅନ୍ତରୀଣ ଜାମିନ ମିଳିଛି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ତାଙ୍କୁ ତିହାର ଜେଲରେ ରଖାଯାଉଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ର୍ରିିୱାଲଙ୍କୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ ପାଇଁ ପ୍ରଚାର କରିପାରିବେ ।

କେଜ୍ର୍ରିିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମିଳିବା ପରେ ଆପ କାର୍ଯ୍ୟାଳୟରେ ନେତାମାନଙ୍କ ଭିଡ ଜମିବା ଆରମ୍ଭ ହୋଇସାରିଲାଣି । ଆତିଶୀ ସୌରଭ ଭରଦ୍ୱାଜ, ଗୋପାଳ ରାୟ ଏବଂ ସନ୍ଦିପ ପାଠକ ପାର୍ଟୀ ମୁଖ୍ୟାଳୟ ପହଁଚିସାରିଛନ୍ତି । ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ର୍ରିିୱାଲଙ୍କ ଓକିଲ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ଉପରେ କେହି ପ୍ରତିବନ୍ଧକ ଲଗାଇପାରିବେ ନାହିଁ । ଏଥିରେ କେଜ୍ର୍ରିିୱାଲ ନିର୍ବାଚନକୁ ନେଇ କିଛି ବି କହିପାରିବେ ।

Related Articles

Back to top button