ସିଆରପିଏଫ କ୍ୟାମ୍ପରେ ବଡ଼ ଧରଣର ମାଓ ଆକ୍ରମଣ , ୩ ଯବାନ ସହିଦ

ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ମାଓ ହମଲା। ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ରହିଛି।ମିଳିଥିବା ସୂଚନା ଅନୁଯାୟୀ, ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଏବଂ ନକ୍ସଲ ଗତିବିଧି ଉପରେ ନଜର ରଖିବା ପାଇଁ ସୁକମାର ତେକାଲଗୁଡେମ ଗ୍ରାମରେ ଆଜି ଏକ ସୁରକ୍ଷା ଶିବିର ସ୍ଥାପନ କରାଯାଇଥିଲା। କ୍ୟାମ୍ପ ସ୍ଥାପନ ପରେ ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଓ ସ୍ପେଶାଲ ଟାସ୍କ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହାର ଜବାବ ସୁରକ୍ଷାବାହିନୀ ଦେଇଥିଲା। ତେବେ ସୁରକ୍ଷାବାହିନୀର ଚାପ ବଢ଼ୁଥିବା ଦେଖି ମାଓବାଦୀମାନେ ଜଙ୍ଗଲ ଭିତରଦେଇ ଫେରାର ହୋଇଯାଇଥିଲେ।

Related Articles

Back to top button