ଉଜ୍ଜୟିନୀ ମହାକାଳ ମନ୍ଦିରର ଭସ୍ମ ଆଳତୀ ସମୟରେ ଭୀଷଣ ଅଗ୍ନିକାଣ୍ଡ : ପୂଜକଙ୍କ ସମେତ ୧୩ ଆହତ

ସୋମବାର ସକାଳେ ଉଜ୍ଜୟିନୀ ମହାକାଳ ମନ୍ଦିରର ଭସ୍ମ ଆଳତୀ ସମୟରେ ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଜଣେ ପୂଜକଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି। ଭସ୍ମ ଆଳତୀ ସମୟରେ ଅବିର- ବ୍ୟବହାର କରାଯାଉଥିଲା। ଏହି ସମୟରେ ସେଠାରେ ନିଆଁ ଲାଗିଯାଇଥିଲା। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଚିକିତ୍ସା ଚାଲିଛି। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲେ ବି ୧୩ଜଣ ନିଆଁରେ ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଉଜ୍ଜୈନ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଲୋକମାନେ ସାମାନ୍ୟ ଦଗ୍ଧ ହୋଇଥିବା ସେ କହିଛନ୍ତି। ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି। ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱରଙ୍କ ପରିସରରେ ରବିବାର ସନ୍ଧ୍ୟାରୁ ହୋଲି ପର୍ବ ଆରମ୍ଭ ହୋଇଥିଲା । ପ୍ରଥମେ ହଜାର ହଜାର ଶ୍ରଦ୍ଧାଳୁ ସନ୍ଧ୍ୟା ଆଳତୀରେ ବାବା ମହାକାଳଙ୍କ ସହ ଅଭିର ସହ ହୋଲି ଖେଳିଥିଲେ। ଏହାପରେ ମହାକାଳ ପ୍ରାଙ୍ଗଣରେ ହୋଲିକା ଦହନ କରାଯାଇଥିଲା।

Related Articles

Back to top button