ସମ୍ବଲପୁରରୁ ବିପୁଳ ମାତ୍ରାରେ କଫ୍ ସିରପ୍ ଜବତ କରିଛି ଟାଉନ ଥାନା ପୋଲିସ

ଆଜି ରାଜ୍ୟରୁ ବିପୁଳ ମାତ୍ରାରେ କଫ୍ ସିରପ୍ ଜବତ ହୋଇଛି । ସମ୍ବଲପୁରରୁ ବିପୁଳ ମାତ୍ରାରେ କଫ୍ ସିରପ୍ ଜବତ କରିଛି ଟାଉନ ଥାନା ପୋଲିସ । ୧୦ହଜାର ୮୦୦ବୋତଲ କଫ୍ ସରପ୍ ଜବତ ସହ ଏହି ଘଟଣାରେ ପୋଲିସ ୨୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ୨୦ ହଜାର ଟଙ୍କା, ୧ ଟ୍ରକ, ୧ ବୋଲେରୋ, ୨ ଅଟୋ ଓ ୨ ବାଇକ୍ ବି ପୋଲିସ ଜବତ କରିଛି ।

ଏହିସବୁ କଫ୍ ସିରପ୍ କୋଲକାତାରୁ ଆଣି ଚାଲାଣ କରାଯାଉଥିଲା ବୋଲି କହିଲେ ସମ୍ବଲପୁର ଏସ୍‌ପି । ଗିରଫଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ସମ୍ବଲପୁର, ସୋନପୁର ଓ ବରଗଡ ଅଞ୍ଚଳର ବୋଲି ସୂଚନା ମିଳିଛି ।

Related Articles

Back to top button