ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

ନୂଆଦିଲ୍ଲୀ: ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ଶପଥ ନେବା ପରେ ସମସ୍ତଙ୍କୁ ଜୁହାର କରି ତାଙ୍କର ଅଭିଭାଷଣ ରଖିଥିଲେ। ସେ କହିଥିଲେ, ଓଡ଼ିଶାର ଏକ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମେ କଲେଜ ଯାଇଥିବା ଝିଅ ମୁଁ। କାଉନସିଲରରୁ ରାଷ୍ଟ୍ରପତି ହେବା ସୌଭାଗ୍ୟ ମିଳିଛି। ମୋତେ ଏଯାଏ ଗଣତନ୍ତ୍ରର ଶକ୍ତି ଆଣି ପହଞ୍ଚାଇଛି। ଭାରତର କୌଣସି ଗରିବ ସ୍ବପ୍ନ ଦେଖିବା ସହ ଏହାକୁ ନିଶ୍ଚିତ ସାକାର କରିପାରିବେ। ମହିଳାଙ୍କ ହିତ ସାଧବ ମୋର ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ସନ୍ଥକବି ଭୀମଭୋଇଙ୍କ ଏକ ପଂକ୍ତି ଉଦ୍ଧାର କରି କହିଥିଲେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’। ଅର୍ଥାତ୍‌ ମୋ’ ଜୀବନ ଯେତେ କଷ୍ଟ, ଯନ୍ତ୍ରଣାଦାୟକ ହୋଇଥାଉନା କାହିଁକି, ଜଗତବାସୀଙ୍କର କିପରି କଲ୍ୟାଣ ହେବ ତାହା ମୁଁ ଚିନ୍ତା କରିବି। ଏହି ଉକ୍ତିରୁ ତାଙ୍କର ଦେଶଭକ୍ତି ସ୍ପଷ୍ଟ ବାରି ହୋଇପଡୁଛି।

Related Articles

Back to top button