ପାକିସ୍ତାନକୁ ପଛରେ ପକାଇ ଭାରତ ହାସଲ କଲା ବିଶ୍ୱରେକର୍ଡ

ପୋର୍ଟ ଅଫ୍‌ ସ୍ପେନ୍‌: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜ୍‌ ବିଜୟୀ ହୋଇଛି। ଅକ୍ଷର ପଟେଲ ଭାରତ ପାଇଁ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ୱିଣ୍ଡିସ ଦଳକୁ ୨ ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।
୨୦୦୬ରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ମାଟିରେ ଏକ ଦିନିକିଆ ସିରିଜ ହାରି ନାହିଁ। ଶିଖର ଧାୱନଙ୍କ ଅଧିନାୟକତ୍ୱରେ ସିରିଜ ଜିତି ଭାରତ ଇତିହାସ ସୃଷ୍ଟି କରଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ୱାଦଶ ଦିନିକିଆ ସିରିଜ ଜିତିଛି ଭାରତ, ଯାହାକି ବିଶ୍ୱ ରେକର୍ଡ ଅଟେ। ବିଶ୍ୱର କୌଣସି ଦଳ ଏହା ପୂର୍ବରୁ କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ ପାକିସ୍ତାନକୁ ପଛରେ ପକାଇ ଦେଇଛି। ପୂର୍ବରୁ ପାକିସ୍ତାନ ନାଁରେ ୧୧ଟି ଦିନିକିଆ ସିରିଜ ଜିତିବାର ରେକର୍ଡ ରହିଥିଲା।
କ୍ରମାଗତ ସିରିଜ ଜିତିବାରେ ଭାରତୀୟ ପାକିସ୍ତାନ ଦଳକୁ ପଛରେ ପକାଇ ଦେଇଛନ୍ତି। ୧୯୯୬ରୁ ୨୦୨୧ ପର୍ଯ୍ୟନ୍ତ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ମୋଟ ୧୧ଟି ଦିନିକିଆ ସିରିଜ ଜିତିଥିଲା। ତୃତୀୟ ନମ୍ବରରେ ମଧ୍ୟ ପାକିସ୍ତାନର ଦଳ ଅଛି। ୧୯୯୯ ରୁ ୨୦୨୨ ପର୍ଯ୍ୟନ୍ତ କ୍ରମାଗତ ୧୦ଟି ଦିନିକିଆ ସିରିଜରେ କାରିବିଆନ ଦଳକୁ ପରାସ୍ତ କରିଥିଲା ପାକିସ୍ତାନ।
ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ ୨୦୦୬ରେ ଭାରତକୁ ପରାସ୍ତ କରିଥିଲା। ବ୍ରାଏନ ଲାରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୪-୧ରେ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହୋଇଥିଲା। ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ। ସେବେଠାରୁ ଭାରତୀୟ ଦଳ ୱିଣ୍ଡିଜ ବିପକ୍ଷ ଦିନିକିଆ ସିରିଜ କେବେ ହାରିନାହିଁ।
ଦିନିକିଆ ସିରିଜ୍‌ ଜିତିବାର ରେକର୍ଡ
୧୨ ସିରିଜ ବିଜୟ- ଭାରତ ବନାମ ୱେଷ୍ଟଇଣ୍ଡିଜ (୨୦୦୭-୨୦୨୨)
୧୧ ସିରିଜ ବିଜୟ-ପାକିସ୍ତାନ ବନାମ ଜିମ୍ବାୱେ (୧୯୯୬-୨୦୨୧)
୧୦ ସିରିଜ ବିଜୟ- ପାକିସ୍ତାନ ବନାମ ୱେଷ୍ଟଇଣ୍ଡିଜ (୧୯୯୯-୨୦୨୨)
୯ ସିରିଜ ବିଜୟ- ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ (୧୯୯୫-୨୦୧୮)
୯ ସିରିଜ ବିଜୟ-ଭାରତ ବନାମ ଶ୍ରୀଲଙ୍କା (୨୦୦୭-୨୦୨୧)

Related Articles

Back to top button