୧୫ ମାସର ପୁଅ ଜୀବନ ବଞ୍ଚାଇବାକୁ ବାଘ ସହ ମୁକାବିଲା କରି ନିଜେ ରକ୍ତାକ୍ତ ହେଲା ମା’

ଉମରିୟା:  ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ ରୋହନିୟା ଜ୍ୱାଳାମୁଖୀ। ରବିବାର ଏକ ବାଘ ଗ୍ରାମ ମଧ୍ୟକୁ ପ୍ରବେଶ କରି ୧୫ ମାସର ଶିଶୁ ରାଜବୀରକୁ ପାଟିରେ ଧରି ନେଇ ପଳାଉଥିଲା। ଏହା ଦେଖି ରାଜବୀରର ମାଆ ଅର୍ଚ୍ଚନା ବାଘ ସାମ୍ନାକୁ ଆସି ମୁକାବିଲା କରିଥିଲା। ଦୀର୍ଘ ସମୟ ସଂଘର୍ଷ କରିବା ପରେ ବାଘ କବଳରୁ ରକ୍ଷା କରିବାରେ ଅର୍ଚ୍ଚନା ସଫଳ ହୋଇଥିଲେ । ସେ ସମୟରେ ତାଙ୍କ ପତି ଭୋଳା ପ୍ରସାଦ ଘରେ ନ ଥିଲେ । ତେବେ ରାଜବୀରକୁ ରକ୍ଷା କରିବାକୁ ଯାଇ ଅର୍ଚ୍ଚନା ନିଜେ ରକ୍ତାକ୍ତ ହୋଇ ପଡିଥିଲେ।

ବାଘ ତାଙ୍କ ଶରୀରର ଅନେକ ସ୍ଥାନରେ ନଖ ଏବଂ ଦାନ୍ତରେ ଆକ୍ରମଣ କରିଥିଲା । ତେବେ ଏ ସବୁ ସତ୍ୱେ ମାର ମମତା ଆଗରେ ବାଘ ପରି ଜନ୍ତୁର ବଳ ବି କାମରେ ଲାଗି ନ ଥିଲା । ଶେଷରେ ପିଲାଟିକୁ ପକେଇଦେଇ ବାଘଟି ପଳାଇ ଯାଇଥିଲା । ଗ୍ରାମବାସୀ ଖବର ପାଇବା ପରେ ଅର୍ଚ୍ଚନା ଏବଂ ରାଜବୀରଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ନେଇ ଯାଇଥିଲେ । ସେଠାରେ ଉଭୟ ବିପଦମୁକ୍ତ ବୋଲି ଜଣାପଡିଛନ୍ତି । ଘଟଣାଟି ମଧ୍ୟପ୍ରଦେଶରେ ଚର୍ଚ୍ଚାର କାରଣ ସାଜିଛି ।

Related Articles

Back to top button