ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ‘ଲାଇଗର’, ନିର୍ମାତାଙ୍କୁ ୬କୋଟି ଟଙ୍କା ଫେରାଇବେ ବିଜୟ

ମୁମ୍ଵାଇ ୦୫।୦୯: ତେଲୁଗୁ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ‘ଲାଇଗର୍’ ବିଷୟରେ ବହୁତ ଚର୍ଚ୍ଚା ସୃଷ୍ଟି ହୋଇଥିଲା ଫିଲ୍ମ ବକ୍ସ ଅଫିସରେ ପୂରାପୁରି ଫ୍ଲପ୍‌ ହୋଇଛି। ଏହି ଫିଲ୍ମଟି ବଡ ବଜେଟ୍‌ରେ ନିର୍ମିତ ହୋଇଥିଲା। ଏହାର କାଷ୍ଟମାନେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରମୋଟ୍ ହୋଇଥିଲା। କିନ୍ତୁ ଯେତେବେଳେ ରିଲିଜ୍ ହେଲା ଦର୍ଶକ ଏହାକୁ ପସନ୍ଦ କରିନଥିଲେ। ତାହାଠାରୁ ଅଧିକ ହିନ୍ଦି ଭର୍ସନ ଖରାପ ହୋଇଛି। ହିନ୍ଦୀ ଭର୍ସନରେ ଏହି ଫିଲ୍ମ ପ୍ରଥମ ସପ୍ତାହରେ ମାତ୍ର ୧୮ କୋଟି କଲେକସନସ୍‌ କରିଥିଲା।

ସାଉଥ୍ ଷ୍ଟାର ପାଇଁ ନିର୍ମାତାମାନେ ବହୁତ କିଛି ଆଶା କରିଥିଲେ । ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି କି ବିଜୟ ଦେବରାକୋଣ୍ଡା ହୋଇଥିବା କ୍ଷତିର ଭରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଲାଇଗର୍’ର ବଜେଟ୍ ପ୍ରାୟ ୧୦୦ କୋଟି ହେବ ବୋଲି କୁହାଯାଇଥିଲା। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୬୬.୮୯ କୋଟି କଲେକସନ୍‌ କରିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମ ସଫଳ ନହେଲେ ବିଜୟ ତାଙ୍କ ଫିସରୁ ନିର୍ମାତାଙ୍କୁ ୬କୋଟି ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲାଇଗରରେ ବିଜୟଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବ୍ୟତୀତ ରାମିଆ କୃଷ୍ଣନ୍ ଏବଂ ରୋନିତ୍‌ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁରୀ ଜଗନ୍ନାଥ। ‘ଲାଇଗର୍’ ପରେ ବିଜୟ ଏବଂ ପୁରୀ ଜଗନ୍ନାଥ ‘ଜନ ଗଣ ମନ’ରେ କାମ କରିବେ।

Related Articles

Back to top button