ତୀର୍ଥ ଯାତ୍ରା ପାଇଁ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ବିମାନରେ ପଠାଇବେ ମଧ୍ୟପ୍ରଦେଶ ସରକାର

ଭୋପାଳ: ଆଉ ବସ୍ କି ଟ୍ରେନ୍ ନୁହେଁ, ଏଣିକି ବିମାନରେ ବୟସ୍କଙ୍କୁ ତୀର୍ଥ ଯାତ୍ରାରେ ପଠାଇବେ ସରକାର। ଆଜ୍ଞା ହଁ ଏମିତି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ସରକାର ବିମାନରେ ତୀର୍ଥ ଯାତ୍ରା ଲାଗି ପଠାଇବାକୁ ଯୋଜନା କରିଛନ୍ତି। ବିମାନରେ ସରକାର ବୟସ୍କଙ୍କୁ ତିରୁପତି ବାଲାଜୀ, ରାମେଶ୍ୱରମ୍ ଓ ଅଯୋଧ୍ୟା ବୁଲାଇବେ।

ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ଏନେଇ ସୂଚନା ଦେଇଛନ୍ତି । ୨୦୨୩ ଜାନୁଆରୀରୁ ସରକାର ବୟସଙ୍କୁ ବିମାନରେ ତୀର୍ଥ ସ୍ଥାନ ବୁଲାଇବା ଆରମ୍ଭ କରିବେ । ଟ୍ରେନ୍ ଓ ବସରେ ଦୀର୍ଘ ଓ କଷ୍ଟଦାୟକ ଯାତ୍ରାରୁ ବୟସ୍କଙ୍କୁ ମୁକ୍ତି ସହ ବିମାନ ଯାତ୍ରା ସମୟ ବଞ୍ଚାଇବ । ଏଭଳି ଯୋଜନାକୁ ନେଇ ମଧ୍ୟପ୍ରଦେଶ ସରକାର କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଶୀଘ୍ର ହିଁ ପଞ୍ଜିକରଣ ଆରମ୍ଭ ହେବ।

Related Articles

Back to top button