ନିୟମିତ ହେୟାର ଡ୍ରାୟର ବ୍ୟବହାର କଲେ ହୋଇପାରେ କେଶ ଦୁର୍ବଳ

ବର୍ଷା ଋତୁରେ କେଶ ସଫା କରିବା ଦ୍ୱାରା ଥଣ୍ଡା ବଢିବାର ଆଶଙ୍କା ରହିଥାଏ। ତେଣୁ ପ୍ରାୟ ମହିଳା କେଶକୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିଥାନ୍ତି । ଏହା କେଶକୁ ଷ୍ଟାଇଲିସ୍ କରିବା ସହ ସାଇନ୍ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି? ହେୟାର ଡ୍ରାୟର ଆପଣଙ୍କ କେଶର ଗଠନ ଶୈଳୀ ପରିବର୍ତ୍ତନ କରି ଦେଇଥାଏ । ଏହାକୁ ନିୟମିତ ବ୍ୟବହାର ଦ୍ୱାରା କେଶ ଦୁର୍ବଳ ହେବା ସହ ରୁକ୍ଷ ଓ ଶୁଷ୍କ ହୋଇପଡେ। ହେୟାର ଡ୍ରାୟରରୁ ବାହାରୁଥିବା ଗରମ ପବନ କେଶ ମୂଳକୁ କ୍ଷତି ପହଞ୍ଚାଏ । ଯଦି ଆପଣ ନିୟମିତ ହେୟାର ଡ୍ରାୟର ବ୍ୟବହାର କରୁଛନ୍ତି। ତେବେ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ଭୁଲନ୍ତୁନାହିଁ ।

ହେୟାର ଡ୍ରାୟର ବ୍ୟବହାର ପୂର୍ବରୁ କେଶରେ ସିରମ୍ ଲଗାଇବା ଜରୁରୀ । ସିରମ୍ ପରିବର୍ତ୍ତେ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଲଗାଇବା ଦ୍ୱାରା କେଶରେ ଡ୍ରାୟର୍ର ଗରମ ଏତେଟା କ୍ଷତି ପହଞ୍ଚାଇ ପାରେ ନାହିଁ । ଏହା ଦ୍ୱାରା କେଶ କମ୍ ରୁକ୍ଷ ହୋଇଥାଏ । ହେୟାର ଡ୍ରାୟର ବ୍ୟବହାର କରିବାର ଥିଲେ, କଣ୍ଡିସନର୍ ନିଶ୍ଚୟ ଲଗାନ୍ତୁ। ଏହା ଦ୍ୱାରା କେଶ ଗୋଚ୍ଛା ହେବା ଓ ଉପୁଡିବା କମ୍ ହୋଇଥାଏ।

Related Articles

Back to top button