ଭାରତୀୟ ଶହୀଦ୍‌ ଯବାନଙ୍କ ପରିବାର ସଦସ୍ୟଙ୍କୁ ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା କରିଛନ୍ତି। ୧୯୭୧ ମୁକ୍ତି ସଂଗ୍ରାମରେ ଶହୀଦ୍‌ ହୋଇଥିବା ଅବା ଗୁରୁତର ଭାବେ ଆହତ ହୋଇଥିବା ଭାରତୀୟ ସେନା ଯବାନଙ୍କ ପରିବାର ସଦସ୍ୟଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ।

ଏହି ଛାତ୍ର ବୃତ୍ତି ବୁଧବାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ପିତା ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହେମାନଙ୍କ ନାମ ଅନୁସାରେ ବୃତ୍ତିର ନାମକରଣ କରାଯାଇଛି।

ରିପୋର୍ଟ ଅନୁସାରେ ଭାରତୀୟ ସେନା ଯବାନଙ୍କ ପରିବାରର ୨୦୦ ଜଣ ସଦସ୍ୟଙ୍କୁ ଏହି ବୃତ୍ତି ମିଳିବ। ବାଂଲାଦେଶ ସରକାରଙ୍କ ରିପୋର୍ଟ ଅନୁସାରେ ମୁକ୍ତି ସଂଗ୍ରାମରେ ୧,୯୮୪ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ମୁକ୍ତି ସଂଗ୍ରାମରେ ଭାରତର ସହଯୋଗ ନେଇ ହସିନା କୃତଜ୍ଞତା ପ୍ରକାଶ କରିଛନ୍ତି।

Related Articles

Back to top button