ମୁକେଶ ଅମ୍ୱାନୀଙ୍କୁ ଫୋନ କରି ଧମକ ଦେଉଥିବା ବ୍ୟକ୍ତି ଗିରଫ, ଅଭିଯୁକ୍ତ ପେଶାରେ ଜଣେ ସୁନା ବ୍ୟବସାୟୀ

ମୁମ୍ୱାଇ: ରିଲାଏନ୍ସ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ୱାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଫୋନ କରିଥିବା ବ୍ୟକ୍ତିର ନାଁ ବିଷ୍ଣୁ ବିଦୁ ଭୌମିକ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତର ବୟସ ୫୬ ବର୍ଷ ହୋଇଥିବା ବେଳେ ବୋରିବଲିରେ ତାଙ୍କ ଘର ହୋଇଥିବା ଜଣାପଡିଛି।

ମୁମ୍ୱାଇ ପୋଲିସର ସୂଚନା ଅନୁସାରେ ଆଇପିସିର ଧାରା ୫୦୬ (୨)ର ଅନୁସାରେ ଏଫଆଇଆର ରୁଜୁ କରିଥିଲା । ଅଭିଯୁକ୍ତ ନିଜ ବ୍ୟକ୍ତିଗତ ଫୋନରୁ ଆଠ ଭିନ୍ନ ଭିନ୍ନ ନମ୍ୱରରେ ସକାଳ ୧୦.୩୯ରୁ ୧୨.୦୪ ମିନିଟ ମଧ୍ୟରେ ପ୍ରାୟ ୯ ଥର କଲ କରିଥିଲା।

ଗିରଫ ହୋଇଥିବା ଅଭିଯୁକ୍ତ ପେଶାରେ ଜଣେ ସୁନା ବ୍ୟବସାୟୀ । ଦକ୍ଷିଣ ମୁମ୍ୱାଇରେ ତାଙ୍କ ଦୋକାନ ରହିଛି । ରିପୋର୍ଟ ଅନୁସାରେ ଫୋନ କରି ଧମକ ଦେବା ସମୟରେ ସେ ନିଜର ନାଁ ଅଫଜଲ କହିଥିଲା।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇ କହିଛି, ‘ଭୌମିକ ପୂର୍ବରୁ ମଧ୍ୟ ଏହିପରି କମ କରିଥିଲା । ତେବେ ଏହି ଫୋନ କଲ ପଛର କାରଣ ଜାଣିବା ପାଇଁ ଭୌମିକକୁ ଅଧିକ ପଚରାଉଚରା କରାଯାଉଛି । ତେବେ ଅଭିଯୁକ୍ତ ମାନିସକ ସ୍ତରରେ ସୁସ୍ଥ ଅଛି କି ନାହିଁ ତାହା ଜଣାପଡି ନାହିଁ’।

Related Articles

Back to top button