ନିୟମ ବଦଳାଇଲା ସାଉଦି ଆରବ: ପର୍ଯ୍ୟଟକ ଭିଜା ଓ ବାଣିଜ୍ୟିକ ଭିଜା ଥିଲେ ଉମରାହ ତୀର୍ଥ ଯାତ୍ରା ପାଇଁ ଅନୁମତି

ଅବୁଧାବି: ମୁସଲମାନ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଯେଉଁମାନେ ପର୍ଯ୍ୟଟକ ଭିଜା ଓ ବାଣିଜ୍ୟିକ ଭିଜା ନେଇଥିବେ ସେମାନଙ୍କୁ ସାଉଦି ଆରବରେ ରହିବା ସମୟରେ ଉମରାହ ତୀର୍ଥ ଯାତ୍ରା ପାଇଁ ଅନୁମତି ମିଳିବ।  ସାଉଦିଆରବ ସରକାରଙ୍କର ହଜ ଓ ଉମରାହ ମନ୍ତ୍ରାଳୟର ପକ୍ଷରୁ ଏହି ଘୋଷଣା କରାଯାଇଛି।

ଏହି ସୁବିଧା ବିଶ୍ୱର ୪୯ ଟି ଦେଶର ନାଗରିକଙ୍କ ପାଇଁ ଉପଲବ୍ଧ ହେବ। ଯଦି କେଉଁ ଶ୍ରଦ୍ଧାଳୁ ଉମରାହ କରିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରଥମେ Eatmarna ଆପ୍‌ରେ ଆପଏଣ୍ଟମେଣ୍ଟ ବୁକ୍ କରିବାକୁ ହେବ। ସାଉଦି ଗଜଟର ରିପୋର୍ଟ ଅନୁସାରେ, ଯାତ୍ରୀ ‘ଭିଜିଟ ସାଉଦି ଆରବ’ ପୋର୍ଟାଲ୍ ମାଧ୍ୟମରେ ନିଜ ଭିଜା ଅନ୍‌ଲାଇନ ଆବେଦନ କରିପାରିବେ। କିମ୍ବା ସାଉଦି ବିମାନବନ୍ଦରରେ ପହଞ୍ଚିବାର ତୁରନ୍ତ ପରେ ନିଜ ଭିଜା ନେଇପାରିବେ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯାତ୍ରୀ ଟୁରିଷ୍ଟ ଭିଜାରେ ଆସିଥାନ୍ତି କିମ୍ବା ବ୍ୟବସାୟ ଭିଜାରେ ଏବେ ସବୁ ଭିଜାଧାରୀଙ୍କୁ ଉମରା କରିବାକୁ ଅନୁମତି ଦିଆଯିବ। ଏହା ପୂର୍ବରୁ ଉମରାହ ପାଇଁ ଏକ ସ୍ୱତନ୍ତ୍ର ଭିଜା ଆଣିବାକୁ ପଡ଼ୁଥିଲା। ଏଥିରେ ଅତି କମ୍‌ରେ ଗୋଟେ ମାସ ସମୟ ଲାଗିଯାଉଥିଲା।

Related Articles

Back to top button