![](https://abhigam.com/wp-content/uploads/2024/06/Screenshot_2024-06-04-20-55-12-18_680d03679600f7af0b4c700c6b270fe7.jpg)
ତୃତୀୟ ଥର ପାଇଁ ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପରାଜିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୬ ଲକ୍ଷ ୧୨ ହଜାର ୯୭୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ୪୫୭ ଖଣ୍ଡ ଭୋଟ ମିଳିଛି । ସେହିଭଳି ବିଏସପି ପ୍ରାର୍ଥୀ ଅଥର ଜମାଲ ଲାରି ୩୩ ହଜାର ୭୬୬ ଖଣ୍ଡ ଭୋଟ ମିଳିଛି । ଅର୍ଥାତ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ୧ଲକ୍ଷ ୫୨ ହଜାର ୫୧୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।