ସୁସ୍ଥ ରଖିବା ସହ ସୈାନ୍ଦର୍ଯ୍ୟ ବୃଦ୍ଧି କରିବ ଲିଚୁ

ଲିଚୁ ଏକ ସ୍ୱାଦିଷ୍ଟ ଫଳ। ଏହା ପାଟିକୁ ସୁସ୍ୱାଦୁ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‍ ଉପକାରୀ ହୋଇଥାଏ। ପ୍ରାୟ ସମସ୍ତେ ଲିଚୁ ଖାଇବାକୁ ଭଲ ପାଆନ୍ତି, ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ବହୁ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା ବିଷୟରେ

୧- ଲିଚୁ ଖାଇବା ଦ୍ୱାରା କେଶ ମଜବୁତ୍‌ ହୋଇଥାଏ ଓ କେଶର ଶୀଘ୍ର ବୃଦ୍ଧି ମଧ୍ୟ ହୋଇଥାଏ। କାରଣ ଲିଚୁରେ ବହୁ ମାତ୍ରାରେ ଭିଟାମିନ୍‌ ସି ଥାଏ, ଯାହା କେଶ ପାଇଁ ଖୁବ୍‌ ଉପଯୋଗୀ।

୨- ଲିଚୁ ଖାଇବା ଦ୍ୱାରା ଶରୀରର ଓଜନ ଠିକ୍ ରହେ। ଏଥିରେ କମ୍‌ କ୍ୟାଲୋରି ଥିବା ଯୋଗୁଁ ଶରୀରର ଓଜନ ବୃଦ୍ଧି ହୋଇନଥାଏ।

୩- ଲିଚୁ ହଜମ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଜଳ ଥିବା କାରଣରୁ ଏହା ପେଟକୁ ଥଣ୍ଡା ରଖିବା ସହ ପେଟରୋଗ ଦୂର କରେ।

୪-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ଥାଏ। ଫଳରେ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ।

୫- ତ୍ୱଚାରେ ଦାଗ ହୋଇଥିଲେ ଲିଚୁ ଖାଇବା ଦ୍ୱାରା ଦାଗ ଲିଭିଯାଏ।

୬- ଲିଚୁ ଖାଉଥିବା ଲୋକଙ୍କର ସହଜରେ ହୃଦୟ ଜନିତ ରୋଗ ହୋଇନଥାଏ।

Related Articles

Back to top button