ଟ୍ରେନ ଅଟକାଇଲେ ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ

ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି।

ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ ଅଟକାଇଥିଲେ ମାଓବାଦୀ । ଟ୍ରେନକୁ ଅଟକାଇ ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଘେରି ଯାଇଥିଲେ ବୋଲି ସୂଚନା ରହିଛି। ଏହାପରେ ଡ୍ରାଇଭର ଓ ଗାର୍ଡଙ୍କ ଠାରୁ ଦୁଇ ସେଟ୍ ଓ୍ବାକି ଟକି ଲୁଟି ନେଇଥିଲେ। ପରେ ସାଙ୍ଗରେ ଆଣିଥିବା ବ୍ଯାନର, ପୋଷ୍ଟ ସହ ମାଳ ମାଳ ପାମ୍ଲେଟ ବାଣ୍ଟି ଦେବାକୁ ଲୋକପାଇଲଟ ଏବଂ ଅନ୍ୟମାନଙ୍କୁ କହିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଛତିଶଗଡରେ ୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ଟି ବନ୍ଧୁକ, ବିସ୍ଫୋରକ ଦ୍ରବ୍ୟ ଓ ମାଓ ସମଗ୍ରୀ ଜବତ କରାଯାଇଛି। ସେହିପରି ମାଲକାନଗିରି ପୋଲିସ୍ ୪ ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ଏଲକନୁର ଓ ଗାଜଲକୋଣ୍ଡା ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ  ଏହି ମାଓବାଦୀମାନେ ଧରାପଡିଥିଲେ। ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଥିଲେ। ଗତ ୭ରେ ପୋଲିସ୍ ଇନଫର୍ମର ସନ୍ଦେହରେ ଗାଁର ଡମ୍ବୁରୁ ନାୟକଙ୍କୁ ଏମାନେ ହତ୍ୟା କରିଥିଲେ ବୋଲି ଏସ୍‌ପି ସୂଚନା ଦେଇଥିଲେ।

Related Articles

Back to top button