ମା’ ବିରଜାଙ୍କ ଷୋଡ଼ଶ ଉପଚାର ପୂଜାର ତୃତୀୟ ଦିନ, ମା’ଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ। ମା’ଙ୍କର ଷୋଡ଼ଶ ଉପଚାର ପୂଜା ପାଇଁ ୧୦ ଟି କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଷୋଡ଼ଶ ଉପଚାର ପୂଜାର ଆଜି ହେଉଛି ତୃତୀୟ ଦିନ । ସକାଳୁ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି ।

ମା’ଙ୍କୁ ଦର୍ଶନ କରିବାପାଇଁ ଜିଲ୍ଲା ତଥା ଜିଲ୍ଲା ବହାରରୁ ଧାଇଁ ଆସିଛନ୍ତି ମା ଙ୍କ ଦର୍ଶନ ପାଇଁ । ମା’ଙ୍କ ଷୋହଳ ପୂଜାର ପ୍ରଥମ ଦିନରେ ୧୦ ଟି କଳସ ବସିଥିବା ବେଳେ ପଞ୍ଚମୀ ଦିନ ଆଉ ପାଞ୍ଚଟି କଳସ ସ୍ଥାପନ କରାଯିବ। ସେହିପରି ଅଷ୍ଟମୀ ଦିନ ଆଉ ଏକ କଳସ ସ୍ଥାପନ କରାଯିବ। ଏହିପରି ଭାବେ ଷୋହଳ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ।

Related Articles

Back to top button