ପରାଧୀନ ଭାରତରେ ପ୍ରଥମ ଥର ସ୍ୱାଧୀନତା ପତାକା ନେତାଜୀ ସୁଭାଷ ବୋଷ ଉଡ଼ାଇଥିଲେ

ଭାରତର ସ୍ବାଧୀନତା ପାଇଁ ଅନେକ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେହି ଦେଶପ୍ରେମୀଙ୍କୁ ଆଜି ସାରା ଦେଶ ସ୍ମରଣ କରୁଛି । ସ୍ବାଧୀନତା ସଂଗ୍ରାମ ସମୟର ଅନେକ କଥା ଅଛି ଯାହା ଆଜିବି ଜାଣିଲେ ମନରେ ନୂତନ ଆଶା ସୃଷ୍ଟି କରୁଛି । ସେଭଳି ଭାରତର ସ୍ବାଧୀନତା ପାଇଁ ସୁଭାଷ ବୋଷଙ୍କ ଅବଦାନ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି ।

ଯେତେବେଳେ ଦେଶରେ ଇଂରେଜ ଶାସନ ଚାଲିଥିଲା । ଭାରତ ସ୍ବାଧୀନତା ପାଇନଥିଲା, ସେତେବେଳେ ପ୍ରଥମେ ପରାଧୀନ ଭାରତରେ ପ୍ରଥମେ ସ୍ବାଧୀନତାର ପତାକା ସୁଭାଷ ବୋଷ ଉଡାଇଥିଲେ ।

ସୁଭାଷ ବୋଷ  ନିଜକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଆଉ ଏହି ଘଟଣାକୁ ସେତେବେଳେ କୋଟିକୋଟି ଲୋକ ମଧ୍ୟ ଅନୁଭବ କରିଥିଲେ । ଅନେକ ଦେଶ ମଧ୍ୟ ସୁଭାଷ ବୋଷଙ୍କ ସରକାରକୁ ମାନ୍ୟତା ବି ଦେଇଥିଲେ । ତାହା ଥିଲା ୧୯୪୩ ମସିହାର କଥା । ନେତାଜୀ ସୁଭାଷ ବୋଷ ଡିସେମ୍ବର ୧୯୪୩ ରେ ଆଜାଦ ହିନ୍ଦ ସରକାରର ପ୍ରଧାନମନ୍ତ୍ରୀ ଭାବରେ ପୋର୍ଟ ବ୍ଲେୟାରରେ ପହଞ୍ଚିଥିଲେ ବିମାନରେ । ଆଉ ସେଠାରେ ହଜାର ହଜାର ଦେଶପ୍ରେମୀଙ୍କ ଗହଣରେ ସେ ସେ ସମୟର ଆଜାଦ ହିନ୍ଦ ଫୈାଜର ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ସହ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଭାଷଣ ଦେଇଥିଲେ । କହିବାକୁ ଗଲେ ଆଜିଠୁ ୭୯ ବର୍ଷ ପୂର୍ବେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ ନେତାଜୀ ସୁଭାଷ ବୋଷ ।

ଆହୁରି ମଧ୍ୟ ସୁଭାଷ ବୋଷଙ୍କ ଦେଶରୁ ପଳାୟନକୁ ନେଇ ଅନେକ ଚର୍ଚ୍ଚା ହୁଏ । ସେ ସମୟରେ ଦେଶର ସ୍ବାଧୀନତା ପାଇଁ ଲଢ଼ୁଥିବାରୁ ଇଂରେଜ ସରକାର  ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶଦ୍ରୋହୀ କହି ବନ୍ଦି କରିଥିଲେ ।  କଲିକତାର ପ୍ରେସିଡେନ୍ସି ଜେଲରେ ବନ୍ଦୀ ହୋଇ ରହିଥିଲେ ସୁଭାଷ ବୋଷ। ବନ୍ଦୀ ହେବାପରେ ଜେଲରେ ଅନଶନ କରିଥିଲେ ନେତାଜୀ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ସେତେବେଳେ ଇଂରେଜ ସରକାର ଚିନ୍ତାରେ ପଡିଗଲେ । ଯଦି ତାଙ୍କର କିଛି ହୁଏ ତେବେ ଭାରତୀୟମାନେ ଇଂରେଜ ସରକାରଙ୍କୁ ଦୋଷ ଦେବେ ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଲୋଚନା କରିଥିଲେ ଇଂରେଜ ସରକାର । ତେଣୁ ବିପଦ ଆଗରୁ ଇଂରେଜ ସରକାର କଡା ସୁରକ୍ଷା ଭିତରେ ତାଙ୍କ ଘରେ ନଜର ବନ୍ଦୀ କରି ରଖିବାକୁ ଘୋଷଣା କରିଥିଲେ ।

ସୁଭାଷ ବୋଷଙ୍କୁ ୧୪ ଜଣ ଗୁପ୍ତଚରଙ୍କ ତତ୍ତ୍ୱାବଧାନରେ ତାଙ୍କ ଘରକୁ ପଠାଯାଇଥିଲା  । ୨୪ ଘଣ୍ଟିଆ ସୁରକ୍ଷା ଭିତରେ ସୁଭାଷ ରହିଥିଲେ । ତେବେ ନଜରବନ୍ଦୀରୁ ମୁକ୍ତି ପାଇଁ ସୁଭାଷ ଯୋଜନା କରିଥିଲେ । ୧୯୪୧ ମସିହାର ୧୬-୧୭ ଜାନୁଆରୀ ରାତି ପ୍ରାୟ ୧:୩୦ରେ ନେତାଜୀ ନିଜକୁ ମୁସଲମାନ ଭାବରେ ଛଦ୍ମନାମ କରି କାରରେ ତାଙ୍କ ପୁତୁରାଙ୍କ ସହ ଘରୁ ପଳାୟନ କରିଥିଲେ । ଜଣେ ବୀମା ଏଜେଣ୍ଟ ଭିଜିଟିଂ କାର୍ଡରେ ତାଙ୍କ ନାମ ଭୁଲ ଲେଖି ସେ ଏହାକୁ ବ୍ୟବହାର କରିଥିଲେ । ଦେଶରୁ ପଳାୟନ ପରେ ଜାପାନ, ଜର୍ମାନୀ, ଋଷରେ ସେ ଭାରତର ସ୍ବାଧୀନତା ପାଇଁ ରଣନୀତି କରିଥିଲେ । ତାଙ୍କର ଯୋଜନା ଥିଲା ଦିଲ୍ଲୀ ଚଲୋ । ଇଂରେଜ ସରକାରଙ୍କୁ ପରାସ୍ତ କରି ଦେଶ ସ୍ବାଧୀନତା କରିବା ସୁଭାଷ ବୋଷଙ୍କ ଲକ୍ଷ୍ୟ ଥିଲା ।

 

୨୯ ଡିସେମ୍ବର ୧୯୪୩ ରେ, ଜାପାନର ଏକ ସେନା ବିମାନ ପୋର୍ଟ ବ୍ଲେୟାର ଏୟାରଷ୍ଟ୍ରିପରେ ଅବତରଣ କଲା । ସେଥିରେ ଥିଲେ  ଆଜାଦ ହିନ୍ଦ ସରକାରର ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ, ମନ୍ତ୍ରୀ ରାଙ୍କ ଆନନ୍ଦ ମୋହନ ସାହି, ଏଡିସି କ୍ୟାପଟେନ ରାୱତ ଏବଂ ବୋଷଙ୍କ ଡାକ୍ତର କୋଲ ଡିଏସ ରାଜୁ  ।  ନିଜର ଶକ୍ତି ସାମର୍ଥ୍ୟ ସହ ସୁଭାଷ ସେହି ଦିନ  ଭାରତ ଫେରିଥିଲେ। ଆଉ ସେହି  ସ୍ଥାନଟି ଥିଲା ପୋର୍ଟ ବ୍ଲେୟାର । ସେ ସମୟରେ  ସୁଭାଷ ବୋଷ ନିଜକୁ  ଆଜାଦ ହିନ୍ଦ ସରକାରଙ୍କ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିଲେ।

ପରଦିନ, ଅର୍ଥାତ୍ ୩୦ ଡିସେମ୍ବର ଦିନ ଥିଲା ସାରା ଭାରତ ପାଇଁ ଉତ୍ସବର ଦିନ। କାରଣ ସେ ପୋର୍ଟ ବ୍ଲେୟାରରେ ଭାରତକୁ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିଲେ । ସେଠାରେ ସେ ସ୍ବାଧୀନ ଭାରତର ପତାକା ଉତ୍ତୋଳନ କରିଥିଲେ ।  ପ୍ରଥମ ଥର ପାଇଁ ବ୍ରିଟିଶ ଶାସନ ସମୟରେ ଭାରତର କୈାଣସି ସ୍ଥାନରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ପତାକା ଉତ୍ତୋଳନ କରିଥିଲେ। ଯାହାକୁ ସାରା ଦେଶବାସୀ ଗ୍ରହଣ କରିଥିଲେ  । ଏହା ସହ ସୁଭାଷ ବୋଷଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଗ୍ରହଣ କରିଥିଲେ ।

Related Articles

Back to top button