ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରେ ଆକ୍ରମଣ କରାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ଉପରେ ଆକ୍ରମଣ ପରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥାର ଟିମ୍‌‌ ଉପରେ ଜୋରଦାର ଆକ୍ରମଣ ହୋଇଛି। ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରେ ଆକ୍ରମଣ କରାଯାଇଛି। ସ୍ଥାନୀୟ ଅଂଚଳର କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି। ଏନଆଇଏ ଟିମ୍‌‌ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଯାଞ୍ଚ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ଏଜେନ୍ସି ୨ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଗିରଫଦାରୀକୁ ବିରୋଧ କରି ଗ୍ରାମବାସୀମାନେ ଏନଆଇ ଟିମ୍‌‌ ଉପରେ ଆକ୍ରମଣ କରିଥିବା ଜଣାପଡିଛି।

Related Articles

Back to top button