SAF ଯବାନଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ : ୩ ମୃତ ଓ ୨୬ ଯବାନ ଗୁରୁତର

ମଧ୍ୟପ୍ରଦେଶ ସିବନୀ ଜିଲ୍ଲାରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ SAF ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୬ ଯବାନ ଗୁରୁତର ହୋଇଛନ୍ତି । ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି । ପୋଲିସ କହିଛି ଏହି ଦୁର୍ଘଟଣାରେ ଜଣେ ଯବାନଙ୍କୁ ଗମ୍ଭୀର ଆଘାତ ଲାଗିଛି ଓ ତାଙ୍କୁ ଚିକିତ୍ସା ଲାଗି ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁର ପଠାଯାଇଛି ।

ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟାଳୟ ଠାରୁ ୫୦ କିଲୋମିଟର ଦୂର ସିବନୀ-ମଣ୍ଡଳା ରାଜମାର୍ଗରେ ଅବସ୍ଥିତ ଧନଗଢା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ପୋଲିସ କହିଛି SAF ର ୩୫ ବାଟାଲିୟନ ଯବାନଙ୍କୁ ମଣ୍ଡଳାରୁ ଛିନ୍ଦୱାଡା ନେଇଯାଉଥିବା ଏକ ବସ୍ କାର୍ ସହ ମୁହାଁମୁହିଁ ହୋଇଛି । କାର୍‌ରେ ଚାଳକ ସହିତ ୫ ଲୋକ ଥିଲେ । ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସମସ୍ତ ମୃତକଙ୍କ ଘର ମଣ୍ଡଳାରେ ବୋଲି ଜଣାପଡିଛି ।

ତେବେ ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କୁ କେଭଲାରୀ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଦୁର୍ଘଟଣା ପରେ ଯବାନଙ୍କୁ ନେଇ ଯାଉଥିବା ବସ୍‌ଟି ଓଲଟି ପଡିଥିଲା । ଏଥିରେ ମୋଟ ୨୬ SAF ଯବାନ ଥିଲେ । ସମସ୍ତଙ୍କୁ କେଭଲାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ ଜଣଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ମହାରାଷ୍ଟ୍ର ନାଗପୁର ସ୍ଥାନାନ୍ତର କରାଯାଇଛି ।

Related Articles

Back to top button