ନୀତିନ ଗଡକରୀ ଶୁଭାରମ୍ଭ କଲେ ଦେଶର ପ୍ରଥମ ଡବଲ ଡେକର ଏସି ବସ୍, ଥରେ ଚାର୍ଜ ହେଲେ ଗଡ଼ିବ ୨୫୦ କିମି

ମୁମ୍ବାଇ: ଅଶୋକ ଲିଲାଣ୍ଡର ଇଭି ଡିଭିଜନ, ସ୍ଵିଚ୍ ମୋବିଲିଟି ଭାରତର ପ୍ରଥମ ଡବଲ ଡେକର ଏସି ବସ୍‌ର ଚଳାଚଳ ଆରମ୍ଭ କରିଛି। ବସ୍‌ର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ଥିଲେ। ଗଡକରୀ କହିଛନ୍ତି, ଆଜି ମୁମ୍ବାଇରେ ଅଶୋକ ଲିଲାଣ୍ଡର ଇଲେକ୍ଟ୍ରିକ ଡବଲ ଡେକର ବସ୍‌କୁ ଉଦଘାଟନ କରି ମୁଁ ବହୁତ ଖୁସି।

ଅଦ୍ୟାବଧି ସ୍ଵିଚ୍ ୟୁକେରେ ନିଜର ଟ୍ଵିନ୍ ଫ୍ଲୋର ଇଲେକ୍ଟ୍ରିକ ଏସି ବସ୍‌ର ସଞ୍ଚାଳନ କରୁଛି। ଏହି ଇଲେକ୍ଟ୍ରିକ ଡବଲ ଡେକର ଏସି ବସ୍ EiV22ରେ ୨୩୧ କିଲୋଓ୍ଵାଟର ବ୍ୟାଟେରୀ ଏବଂ ଏହାକୁ ଚାର୍ଜ କରିବା ପାଇଁ ଡୁଆଲ ଗନ ଚାର୍ଜିଂ ସିଷ୍ଟମ ରହିଛି। କମ୍ପାନୀ ଅନୁସାରେ ବସ୍ ଥରୁଟିଏ ଚାର୍ଜ ହେଲେ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ। ୟୁକେରେ ବସ୍‌ଟି ବେଶ ଆଦୃତ ଲାଭ କରିଛି।

କମ୍ପାନୀ କହିଛି, ମୁମ୍ବାଇରେ ଆମକୁ ୨୦୦ ଇଲେକ୍ଟ୍ରିକ ଡବଲ ଡେକର ବସ୍‌ର ଅର୍ଡର ମିଳିଛି। ଦେଶରେ ଇଲେକ୍ଟ୍ରିକ ଡବଲ ଡେକର ତିଆରି କରିବାକୁ ଉଦ୍ୟମ କରୁଛି। ଚଳିତ ବର୍ଷ ଏପ୍ରିଲରେ ସ୍ଵିଚ୍ ମୋବିଲିଟି ଭାରତ ଏବଂ ୟୁକେରେ ଇଲେକ୍ଟ୍ରିକ ବସ୍‌ ଏବଂ ହାଲୁକା ବାଣିଜ୍ୟିକ ଯାନର ଏକ ସିରିଜ୍ ବିକଶିତ କରିବା ପାଇଁ ୩୦୦ ମିଲିୟନ ପାଉଣ୍ଡ ନିବେଶ କରିବାକୁ ଘୋଷଣା କରିଥିଲା। ସ୍ଵିଚ୍ EiV 22କୁ ଭାରତ ପାଇଁ ସ୍ଵତନ୍ତ୍ର ଡିଜାଇନ ଏବଂ ବିକଶିତ କରାଯାଇଛି। କମ୍ପାନୀ ଆଶା କରୁଛି ଯେ, EiV 22 ସାର୍ବଜନୀନ ପରିବହନରେ ସଫଳତା ହାସଲ କରିବ।

Related Articles

Back to top button