୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର ହଟିଲା କଟକଣା

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ନାମଲେଖା ଉପରେ ଜାରି କରାଯାଇଥିବା କଟକଣାକୁ ବିଭାଗର ପତ୍ର ସଂଖ୍ୟା ୩୪୯୨୯ ତା ୧୯.୦୮.୨୦୨୨ ରିଖ ମାଧ୍ୟମରେ ଏହି ଶିକ୍ଷା ବର୍ଷ ପାଇଁ ହଟାଇ ଦେଇଛନ୍ତି। ଯେଉଁ ମହାବିଦ୍ୟାଳୟଗୁଡ଼ିକ କୋଭିଡ-୧୯ ଯୋଗୁ ଦୁର୍ବଳ ଆର୍ଥିକ ସ୍ଥିତି ଦେଖାଇ ନାମଲେଖା କ୍ଷେତ୍ରରେ ଦୁର୍ବଳ ଆର୍ଥିକ ପରିଚାଳନା ରହିଥିଲା ସେମାନଙ୍କୁ ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ ଶେଷ ସୁଯୋଗ ଦିଆଯାଇଛି। ଏହା ଫଳରେ ସେହି ଶିକ୍ଷାନୁଷ୍ଠାନଗୁଡିକ ଚଳିତ ଶିକ୍ଷାବର୍ଷ ଲାଗି ନାମଲେଖା ପାଇଁ ଆବେଦନ ପତ୍ର ଗ୍ରହଣ କରିପାରିବେ। ଏହି ମର୍ମରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକମାନଙ୍କୁ ଚିଠି ଲେଖାଯାଇଛି।

Related Articles

Back to top button