ବିହାରର ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ପାଇଁ ନୀତିଶ କୁମାର ଶପଥ ପାଠ କରିଛନ୍ତି

ବିହାରର ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ପାଇଁ ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ନୀତିଶ କୁମାର ଆଜି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଥିଲେ । ଏହାପରେ କିଛି ସମୟ ପରେ ପୁଣିଥରେ ରାଜଭବନ ଗସ୍ତ କରି ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ବିଜେପି ବିଧାୟକଙ୍କ ସମର୍ଥନରେ ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ଆଉ ଏହାପରେ ଅପରାହ୍ନ ୫ଟାରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତେବେ ନୀତିଶଙ୍କ ସହିତ ବିଜେପିର କିଛି ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Related Articles

Back to top button