ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା

ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା। ଦୀର୍ଘ ଛଅ ଘଣ୍ଟାର ପ୍ରୟାସ ପରେ ଶେଷରେ ନିଆଁକୁ ଆୟତ୍ତ କରି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ନୌସୈନିକ।

ଜାହାଜର କ୍ୟାପ୍ଟେନ ଏନେଇ ଇଣ୍ଡିଆନ ନେଭିକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ବିଶାଖାପାଟନମକୁ ଧନ୍ୟବାଦ ଦେଉଛି। ନିଆଁ ଆୟତ୍ତ ହେବ ଏବଂ ଆମେ ଏଥିରୁ ଉଦ୍ଧାର ପାଇବୁ ବୋଲି ଆଶା ହରାଇ ଦେଇଥିଲୁ। ଶେଷରେ ଭାରତୀୟ ନୌସେନା ଆମକୁ ରକ୍ଷା କରିଛନ୍ତି। ଇଣ୍ଡିଆନ ନେଭିକୁ ସାଲ୍ୟୁଟ୍।”

Related Articles

Back to top button