ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରିଛନ୍ତି । ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିବାବେଳେ, ବିରୋଧୀମାନେ କକ୍ଷତ୍ୟାଗ କରିଛନ୍ତି ।ତେବେ ବିହାରର ଆସ୍ଥା ଭୋଟ୍ ଉପରେ ପ୍ରତିକ୍ରିୟା ରଖି ନୀତିଶ କୁମାର କହିଛନ୍ତି, ଆମେ ବିକାଶର କାମ ଏବଂ ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସମାଜର ପ୍ରତି ବର୍ଗଙ୍କୁ ଆମେ ଧ୍ୟାନ ଦେବୁ । ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ନୀତିଶ କୁମାର । ଏଥିସହିତ ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ହିତ ପାଇଁ କାମ କରୁଛନ୍ତି, ରାଜ୍ୟର ହିତ ପାଇଁ କାମ କରିବେ ।

ସୂଚନାଯୋଗ୍ୟ ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣି ସାମିଲ ହେଇଛନ୍ତି ନୀତିଶ କୁମାର । କିଛି ବର୍ଷ ତଳେ ଯେଉଁ ବିଜେପିକୁ ବାଏ ବାଏ କହି ନୀତିଶ କୁମାର ମହାମେଣ୍ଟରେ ସାମିଲ ହେଇଥିଲେ, ଏବେ ସେହି ବିଜେପି ପାଖକୁ ପୁଣି ରିଟର୍ଣ୍ଣ କରିଛନ୍ତି ନୀତିଶ । ଆଉ ବିହାରରେ ପୁଣି ଆରମ୍ଭ ହେଇଛି ଏନଡିଏ ରାଜ୍ ।

Related Articles

Back to top button