ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସିସୋଦିଆଙ୍କୁ 3 ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସେ 13 ରୁ 15 ଫେବୃଆରୀ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଭଣଜାଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ଏହି ଜାମିନ ପାଇଛନ୍ତି । ଏହାପୂର୍ବରୁ ଫେବୃଆରୀ 5ରେ କୋର୍ଟ ସିସୋଦିଆଙ୍କୁ ଜେଲରେ ଥିବାବେଳେ ସପ୍ତାହରେ ଥରେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖା କରିବାକୁ ଅନୁମତି ଦେଇଥିଲେ। ସ୍ୱତନ୍ତ୍ର ଜଜ୍ ଏମ.କେ ନାଗପାଲ ମଧ୍ୟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଫେବୃଆରୀ 22 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହା ପୂର୍ବରୁ ଦିଆଯାଇଥିବା ରିମାଣ୍ଡର ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ମନୀଷ ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦୃଢ଼ ବିରୋଧ କରିଛି । ଇଡି କହିଛି ଯେ ସିସୋଦିଆ ଅତ୍ୟନ୍ତ ପ୍ରଭାବଶାଳୀ, ଯଦି ଅର୍ଥନୈତିକ ଅପରାଧରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ଏହି ସ୍ୱାଧୀନତା ପ୍ରଦାନ କରାଯାଏ, ତେବେ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। ଇଡି କହିଛି ଯେ ସିସୋଦିଆଙ୍କୁ ଗୋଟିଏ ଦିନ ସୁରକ୍ଷା ବିନା ଯିବାକୁ ଅନୁମତି ଦିଆଯାଇପାରେ।

Related Articles

Back to top button