ପୋଷଣ ପାଇଁ ପିଲାଙ୍କ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ – କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଗୁରୁବାର ବଡ଼ ଘୋଷଣା କରି ପୋଷଣ ପାଇଁ ପିଲାଙ୍କ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କହିଛି । ତେବେ ମନ୍ତ୍ରଣାଳୟ ଏହା ମଧ୍ୟ  କହିଛି ଯେ, ଲାଭାର୍ଥୀଙ୍କୁ ପୋଷଣର ଡେଲିଭରୀ ସୁନିଶ୍ଚିତ କରିବା ପଇଁ ପୋଷଣ ଟ୍ରାକରରେ ମାଆ କିମ୍ୱା ଅଭିଭାବକଙ୍କ ଆଧାର ନମ୍ୱର ରେକର୍ଡ କରାଯାଉଛି ।

ମନ୍ତ୍ରଣାଳୟ ଏହି ସୂଚନା ଦେଇ କହିଛି, ପୋଷଣ ପାଇଁ ପିଲାଙ୍କ ଆଧାର ବାଧ୍ୟତାମୂଳକ ନୁହେଁ। ଏହା ପୂର୍ବରୁ ଜୁନ ୧୯ରେ ମନ୍ତ୍ରଣାଳୟ ରାଜ୍ୟ ଗୁଡିକୁ ପୋଷଣ ଟ୍ରାକର ଜରିଆରେ ସାମିଲ ପଞ୍ଜୀକରଣ ବିବରଣୀ ଉପରେ ୦-୬ ବର୍ଷ ବୟସ ପିଲାଙ୍କ ପାଇଁ ଟେକ୍ ହୋମ ରାସନ ସେବାକୁ ଗୋଟିଏ ପ୍ରକାର କରିବା ପାଇଁ କୁହାଯାଇଥିଲା । ଏହାଦ୍ୱାରା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ପରିବାର ସହାଯ୍ୟ ପାଇପାରିବେ।

ପୋଷଣ ଟ୍ରାକର ଅନୁସାରେ, ଦେଶରେ ପ୍ରାୟ ୧୨.୬୫ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ରହିଛି ଏବଂ ସ୍ତନପାନ କରାଉଥିବା ମହିଳା, ଗର୍ଭବତୀ ମହିଳା ଏବଂ କିଶୋରୀ ସହ ୧୧.୩୬ କୋଟି ଲାଭାର୍ଥୀ ଅଛନ୍ତି।

ପୂରକ ପୋଷଣ ଆହାର ୬ କିମ୍ୱା ଏହାଠାରୁ କମ ବର୍ଷର ପିଲାଙ୍କୁ ଦିଆଯାଉଛି । ଭାରତ ସରକାର ଗରିବ ପିଲାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଚଲାଉଛନ୍ତି। ଏହା ଜରିଆରେ ସାରା ଦେଶରେ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଗରିବ ପିଲାଙ୍କୁ ପୋଷଣଯୁକ୍ତ ଆହାର ପ୍ରଦାନ କରାଯାଉଛି । ଦେଶର ଅନେକ ସ୍ଥାନରେ ପିଲାମାନଙ୍କୁ ସେମାନଙ୍କ ପ୍ରାରମ୍ଭିକ ଅବସ୍ଥାରେ ପୋଷଣଯୁକ୍ତ ଆହାର ମିଳିପାରୁ ନାହିଁ । ଏହାର ସିଧା ପ୍ରଭାବ ସେମାନଙ୍କ ଶାରିରୀକ ବିକାଶ ଉପରେ ପଡିଥାଏ । ଏହି କାରଣକୁ କୁପୋଷଣ ପରି ଅନେକ ଶାରିରୀକ ସମସ୍ୟାରେ ପୀଡିତ ହୋଇଥାନ୍ତି।

Related Articles

Back to top button