ଦିଲ୍ଲୀରେ ଦୀପାବଳିରେ ଫୁଟିବନି ବାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ଚଳିତ ବର୍ଷ ମଧ୍ୟ ବାଣ ବିନା ଦୀପାବଳି ପାଳନ କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ବୁଧବାର କହିଛନ୍ତି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୧ ଯାଏଁ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନଲାଇନ ବିକ୍ରି ଉପରେ ମଧ୍ୟ ରୋକ୍‍ ଲଗାଯାଇଛି।
ସେ ଟ୍ୱିଟ କରି କହିଛନ୍ତି, ଦିଲ୍ଲୀର ବାସିନ୍ଦାଙ୍କୁ ପ୍ରଦୂଷଣ ବିପଦରୁ ରକ୍ଷା କରିବା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି। ଯେପରି ଲୋକଙ୍କ ଜୀବନ ଉପରେ ବିପଦ ନପକାଇବ। ଏହି ପ୍ରତିବନ୍ଧକ ୧ ଜାନୁଆରୀ ୨୦୨୩ ଯାଏଁ ରହିବ। ଦୃଢ ପଦକ୍ଷେପ ସହ ଦିଲ୍ଲୀ ପୁଲିସ,ଡିଏସପି ଓ ରାଜସ୍ୱ ବିଭାଗ ସହ ମିଶି ଏହାକୁ ସଫଳ କରିବା ପାଇଁ ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ୨୮ ସେପ୍ଟେମ୍ବର ଠାରୁ ୧ ଜାନୁଆରୀ ୨୦୨୨ ଯାଏଁ ଦିଲ୍ଲୀରେ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ରୋକ୍‍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ବାଣ ନୁହେଁ ଦୀପ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା। ବାଣ ଫୁଟାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Related Articles

Back to top button